ଭୁବନେଶ୍ବର: ଆଜି କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ଏକାଦଶାହ। ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଭାଙ୍ଗି ପଡ଼ିଛନ୍ତି। ୩ ମାସ ତଳେ ସ୍ବୟଂ ସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା ଲୋନ୍ ଆଣି ମାନସଙ୍କ ମା’ ତାଙ୍କୁ ନୂଆ ଭିଡିଓ କ୍ୟାମେରା କିଣି ଦେଇଥିଲେ। ଯାହାର ମାତ୍ର ୧୩୦୦ ଟଙ୍କା ଲେଖାଏଁ ୩ ଗୋଟି କିସ୍ତି ସୁଝା ଯାଇଥିବା ମାନସଙ୍କ ମା’ କହିଛନ୍ତି। ବଡ଼ କଥା ହେଉଛି କ୍ୟାମେରା କିଣିବାର ଅଳ୍ପ କିଛି ଦିନ ପରେ ( ଗତ ଜାନୁଆର ଶେଷ ସପ୍ତାହ ସୁଦ୍ଧା) ଏହାକୁ ଭୁବନେଶ୍ବରରେ ମ୍ୟାଡାମ୍( ଶର୍ମିଷ୍ଠା ରାଉତ ) ଭାଙ୍ଗି ଦେଇଥିବା ମାନସଙ୍କ ମା କହିଛନ୍ତି।
ମାନସ ଗତ ୩ ମାସ ହେବ ଘରେ ମାନସିକ ଚାପରେ ରହୁଥିଲେ। କିନ୍ତୁ ଘଟଣା ବାବଦରେ କିଛି ସ୍ପଷ୍ଟ କହୁନଥିଲେ ବୋଲି ମାନସଙ୍କ ମା’ ଓ ସ୍ତ୍ରୀ କହିଛନ୍ତି। ତପନ କୁମାର ମହାନ୍ତିଙ୍କ ନିକଟରେ ପ୍ରଥମେ ମାନସ କାମ କରୁଥିଲେ। ନିଜେ ମାନସ କ୍ୟାମେରା କିଣି ସୁଟିଂ କାମ କରିବା ପରେ ତପନଙ୍କ ସହିତ ତାଙ୍କର ଶତ୍ରୁତା ହୋଇଥିଲା। ତପନ ରଣପୁର ସ୍ଥିତ ମାନସଙ୍କ ଘରକୁ ଆସି ବାରମ୍ବାର ଧମକଚମକ ଦେଇଥିବା ମାନସଙ୍କ ପରିବାର କହୁଛନ୍ତି।
ସୂଚନାଯୋଗ୍ୟ, ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା। ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଥିବା କଥା ପରେ ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/20d7d98f-024f-4067-ba3a-54fbcd406638.jpg)