ଆଜିରୁ ଠିକ୍ ଶହେ ବର୍ଷ ପୂର୍ବେ କଟକର ପୁରୁଷୋତ୍ତମପୁର ଗ୍ରାମରେ ଓଡ଼ିଆ ସାହିତ୍ୟର ଯଶସ୍ବୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ସ୍ବାଧୀନତା ପରବର୍ତ୍ତୀ କାଳର ଜଣେ ଲବ୍ଧପ୍ରତିଷ୍ଠିତ କଥାଶିଳ୍ପୀ। ଓଡ଼ିଆ ସାହିତ୍ୟର ଏହି କାଳଜୟୀ ସାଧକ ଏକାଧାରରେ ଥିଲେ ଜଣେ ଗାଳ୍ପିକ, ଔପନ୍ୟାସିକ ପ୍ରାବନ୍ଧିକ, ସମାଲୋଚକ, ଭ୍ରମଣବୃତ୍ତାନ୍ତ ଲେଖକ, ସାମ୍ବାଦିକ ଓ ରାଜନେତା।
Sambad is now on WhatsApp
Join and get latest news updates delivered to you via WhatsApp
ଅର୍ଦ୍ଧ ଶତାବ୍ଦୀ ଧରି ସେ ଗଦ୍ୟ ସାହିତ୍ୟର ସମସ୍ତ ବିଭାଗରେ ଅବିରତ ଲେଖନୀ ଚାଳନା କରି ଅନନ୍ୟ ସାରସ୍ବତ ପ୍ରତିଭାର ପରିଚୟ ଦେଇଥିଲେ। ୧୯୩୮ରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ‘ବନ୍ଦୀ’ ପ୍ରକାଶ ପାଇଥିଲା। ତାଙ୍କର ପ୍ରଥମ ନାଟକ ‘ପୃଥ୍ବୀବଲ୍ଲଭ’, ପ୍ରଥମ କବିତା ‘ବୁଲା ଷଣ୍ଢ’ ଏବ˚ ପ୍ରଥମ ପ୍ରକାଶିତ ଉପନ୍ୟାସ ‘କଲେଜ ବୟ’। ‘ନୀଳଶୈଳ’, ‘କାଳାନ୍ତର’, ‘ବଧୁ ଓ ପ୍ରିୟା’, ‘ଅନ୍ଧ ଦିଗନ୍ତ’, ‘ନେତି ନେତି’, ‘ଶତାବ୍ଦୀର ସୂର୍ଯ୍ୟ’ ଆଦି ତାଙ୍କର ଲୋକପ୍ରିୟ ଉପନ୍ୟାସ। ୧୯୫୨-୫୬ ମଧ୍ୟରେ ସେ ରାଜ୍ୟସଭା ସା˚ସଦ ଥିଲେ। ୧୯୫୬ ଓ ୧୯୭୧ରେ ସେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୮୧ରୁ ୧୯୮୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଆସନ ଅଳଙ୍କୃତ କରିଥିଲେ।
ଇ˚ରେଜୀ ଦୈନିକ ‘ନିୟୁ ଓଡ଼ିଶା’ରୁ ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ବାଦିକତା ଜୀବନ ଆରମ୍ଭ ହୋଇଥିଲା। ୧୯୮୪ ମସିହାରେ ‘ସମ୍ବାଦ’ର ପ୍ରଥମ ସ˚ପାଦକ ଭାବେ ସେ ଯୋଗ ଦେଇଥିଲେ। ତାଙ୍କୁ ‘ସବୁଜ ପତ୍ର ଓ ଧୂସର ଗୋଲାପ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବ˚ ‘ନୀଳଶୈଳ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ୧୯୯୦ ଡିସେମ୍ବର ୨୧ ତାରିଖରେ ସୁରେନ୍ଦ୍ର ମହାନ୍ତିଙ୍କର ତିରୋଧାନ ହୋଇଥିଲା।