ଭବାନୀପାଟଣା : ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ମାଁ ମଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅନ୍ୟ ପକ୍ଷରେ ବହୁ ଆଗଧାଡ଼ିର ସାମ୍ବାଦିକମାନଙ୍କୁ ପାସ ମିଳୁ ନ ଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

publive-image

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆସନ୍ତାକାଲି ବିନା ଭକ୍ତରେ ମାଁ ମଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁଲିସ ପକ୍ଷରୁ ଭବାନୀପାଟଣା ସହରର ୪୫ଟି ସ୍ଥାନରେ ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ପୁଲିସ ପକ୍ଷରୁ ଏସପିଙ୍କ ନେତୃତ୍ୱରେ ରିଜର୍ଭ ପଡ଼ିଆଠାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି । ସେହିଭଳି ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ସହରର ବିଭିନ୍ନ ପଡା ଓ ଗଳି କୁ ବ୍ୟାରିକେଡ ଦେଇ ଅବରୋଧ କରାଯାଇଛି।

publive-image

ଆସନ୍ତାକାଲି ସକାଳ ୬ ଟାରୁ ଛତର ଯାତ୍ରା ଆରମ୍ଭ ହେବ । ଏହାକୁ କଭରେଜ ପାଇଁ ୫ଟି ସ୍ଥାନରେ ୩୮ ଜଣ ସାମ୍ବାଦିକଙ୍କୁ ପାସ ଦିଆଯାଇଛି । କିନ୍ତୁ ଜିଲ୍ଲା ସ୍ତରର ଆଗଧାଡ଼ିର ୧୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ବାଦ ପଡିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମ ଥର ପାଇଁ ବିନା ଭକ୍ତରେ ଛତରଯାତ୍ରା ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି।