ଭୁବନେଶ୍ବର : ବି.ଟେକ୍‌, ଏଲ୍‌ଇ-ଟେକ୍‌(ଡିପ୍ଲୋମା), ଏଲ୍‌ଇ-ଟେକ୍‌(ବି.ଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆରମ୍ଭ ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ରାଜ୍ୟର ୨୮ଟି ସହରରେ ୩୮ଟି କେନ୍ଦ୍ର ହୋଇଛି। କୋଲକାତା, ରାଞ୍ଚି ଓ ପାଟଣାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥର ୨୮ହଜାର ୬୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କୋଭିଡ୍‌ କଟକଣା ମଧ୍ୟରେ ୪ଟି ସିଫ୍ଟରେ ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ପରୀକ୍ଷା କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।