ଭୁବନେଶ୍ବର : ୧୧ ତାରିଖ ମଙ୍ଗଳବାର ସନ୍ଧ୍ୟା ୬.୩୦ରେ ଭୁବନେଶ୍ବରସ୍ଥିତ ରେଲ୍‌ ଅଡିଟୋରିୟମ୍‌ରେ ‘ସମ୍ବାଦ’ର ୩୮ ତମ ଏବଂ ‘କନକ ନ୍ୟୁଜ୍‌’ର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିିଥି ଭାବେ ଯୋଗଦେବେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ପୁଣ୍ୟ ପ୍ରସୂନ ବାଜପେୟୀ। ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

Advertisment

ଏହି ଅବସରରେ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସହିତ ‘ସମ୍ବାଦ’ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥର ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେବେ ତିନି ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ଗଣେଶ୍ବର ବେହେରା ଏବଂ ଅମର ଶତପଥୀ। ଏହି ଉତ୍ସବରେ ‘ସମ୍ବାଦ’ର ଶୁଭେଚ୍ଛୁ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗଦେବା ପାଇଁ ‘ସମ୍ବାଦ’ ପରିବାର ତରଫରୁ ଅନୁରୋଧ କରାଯାଇଛି।