ଭୁବନେଶ୍ୱର : ଆଜି ୪ ତାରିଖ ସୋମବାର ସନ୍ଧ୍ୟା ୬ଟାରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ‘ସମ୍ବାଦ’ର ୩୭ତମ ଏବଂ ‘କନକ ନ୍ୟୁଜ୍‌’ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବରେ ଭାରତର ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କ୍ରୀଡ଼ାବିତ୍ ପ୍ରମୋଦ ଭଗତ ଏବଂ ବିଖ୍ୟାତ ସ୍ତମ୍ଭକାର ଯୋଗେନ୍ଦ୍ର ଯାଦବ ବିଶିଷ୍ଟ ଅତିିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ଭଗତ ହେଉଛନ୍ତି ପାରାବ୍ୟାଡ୍‌ମିଣ୍ଟନ୍‌ରେ ବିଶ୍ବର ଏକ ନମ୍ବର ଖେଳାଳି। ନିକଟରେ ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ବ୍ୟାଡ୍‌ମିଣ୍ଟନ୍‌ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଅନ୍ୟପକ୍ଷରେ ଯୋଗେନ୍ଦ୍ର ଯାଦବ ଦେଶର ଜଣେ ଚିନ୍ତାଶୀଳ ସ୍ତମ୍ଭକାର, ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀ ଭାବରେ ପରିଚିତ। ସ୍ୱରାଜ ଅଭିଯାନ ଏବଂ ଜୟ କିଶାନ ଆନ୍ଦୋଳନର ସେ ପ୍ରତିଷ୍ଠାତା ସଦସ୍ୟ। ‘ସ୍ୱରାଜ ଇଣ୍ଡିଆ’ ରାଜନୈତିକ ଦଳର ସେ ପ୍ରତିଷ୍ଠାତା ସଭାପତି।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସହିତ ‘ସମ୍ବାଦ’ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।