ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ

ଆଜି ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ

ପୁରୀ : ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହେବ।

ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୀ ଟାଉନ୍‌ ହଲ୍‌ଠାରେ ଆୟୋଜିତ ହେବାକୁ ଥିବା ଏହି ପ୍ରଥମ ସମନ୍ବୟ ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅଧ୍ୟକ୍ଷତା କରିବେ। ଦଇତାପତି ସେବାୟତଙ୍କ ସମେତ ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଏହି ବୈଠକରେ ଯୋଗଦେବେ। ବିଭିନ୍ନ ବିଭାଗର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବେ।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୨୩ ପବିତ୍ର ଅକ୍ଷୟ ତୃତୀୟାରୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହେବ। ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ଜୁନ୍‌ ୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସେହିଭଳି ଜୁନ୍‌ ୨ରେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ ନୀତି, ୩ରେ ସେନାପଟା ଲାଗି ଓ ଚତୁର୍ଥୀ ହୋମ, ୧୩ରେ ଚକା‌ବିଜେ ନୀତି ପରେ ୧୮ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ। ଜୁନ୍‌ ୧୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଜୁନ୍‌ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ୨୪ରେ ହେରାପଞ୍ଚମୀ, ୨୭ରେ ସନ୍ଧ୍ୟାଦର୍ଶନ, ୨୮ରେ ବାହୁଡ଼ା ଯାତ୍ରା, ୨୯ରେ ସୁନାବେଶ, ୩୦ରେ ଅଧରପଣା, ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ସହ ରଥଯାତ୍ରା ପର୍ବ ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe