ଭୁବନେଶ୍ବର: ଶନିବାର ଦିନ ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ। ୬ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ଏହା ଅଧୀନସ୍ଥ ୪୨ଟି ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ ଭୋଟର୍ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ମୋଟ୍ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏମାନଙ୍କ ମଧ୍ୟରେ ଅଛନ୍ତି ୬୬ ଲୋକସଭା ପ୍ରାର୍ଥୀ ଓ ୩୯୪ ବିଧାନସଭା ପ୍ରାର୍ଥୀ। ଭୋଟ୍‌ ଗ୍ରହଣ ଲାଗି ନିର୍ବାଚନ କମିସନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି।

Advertisment

ମୋଟ୍‌ ୧୦,୮୮୨ ବୁଥ୍‌ରେ ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ମତଦାତାମାନେ ବୁଥ୍‌ ଭିତରକୁ ମୋବାଇଲ୍‌ ଫୋନ୍, କ୍ୟାମେରା, ସ୍ମାର୍ଟ ୱାଚ୍‌ ନେଇପାରିବେନି ବୋଲି ନିର୍ଦ୍ଦେଶ ଜାରି ହୋଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ କରାଯାଇଛି। ପୂର୍ବରୁ ମେ’ ୧୩, ୨୦ ଓ ୨୫ ତାରିଖରେ ତିନିଟି ପର୍ଯ୍ୟାୟରେ ମତଦାନ ‌ଶେଷ ହୋଇଛି।