ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ କ୍ୟାବିନେଟ୍‌ ବୈଠକ ହେବ

ଭୁବନେଶ୍ୱର : ମଙ୍ଗଳବାର ଦିନ ସନ୍ଧ୍ୟାରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ବସିବ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌କୁ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ର ଅନୁମୋଦନ ମିଳିବ। ବିଧାନସଭାର ଆସନ୍ତା ଶୀତ ଅଧିବେଶନର ପ୍ରଥମ ଦିନ ଡିସେମ୍ବର ୧ ତାରିଖରେ ଏହି ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରାଯିବ। ଏହା ବାଦ୍ କ୍ୟାବିନେଟ୍‌ରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ୍‌ ବୈଠକ ହେବ। ମନ୍ତ୍ରୀମାନେ ଲୋକସେବା ଭବନ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଡ଼ି ହେବେ।

ସମ୍ବନ୍ଧିତ ଖବର