ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ରବିବାର ପୂର୍ବାହ୍ନରେ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ମୋହର ମରାଯିବ। ଏହା ପରେ କ୍ୟାବିନେଟ୍‌ ବୈଠକ ବସି ବଜେଟ୍‌କୁ ମଞ୍ଜୁରୀ ମିଳିବ। କ୍ୟାବିନେଟ୍‌ରେ ମୋଟ୍‌ ୨୭ଟି ଏଜେଣ୍ଡା ଆସିବାର କାର୍ଯ୍ୟକ୍ରମ ରହିଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍‌ ବୈଠକ ହୋଇଥିବାରୁ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହେବ।

ସମ୍ବନ୍ଧିତ ଖବର