ଆଜି ନାଏବ୍ ସରପଞ୍ଚ ନିର୍ବାଚନ

ଡେପୁଟି ମେୟର ନିର୍ବାଚନ ନେଇ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ବର : ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତର ନାଏବ୍ ସରପଞ୍ଚ ପଦବି ନିମନ୍ତେ ଆଜି (ଶୁକ୍ରବାର) ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦେବେ ଓ ଗ୍ରହଣ କରିବେ। ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ‌େଭାଟ୍‌ ଗ୍ରହଣ କରାଯିବ ଓ ମତଦାନ ପରେପରେ ମତଗଣନା କରି ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡେପୁଟି ମେୟର ନିର୍ବାଚନ ନେଇ ଜାରି ହେଲା ବିଜ୍ଞପ୍ତି

ଭୁବ‌େନଶ୍ବର : ଏଥର ପୌର ନିର୍ବାଚନରେ ମେୟର ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଡେପୁଟି ମେୟର ପଦବି ପାଇଁ ପ‌େରାକ୍ଷ ନିର୍ବାଚନ ହେବ। ତିନି ମହାନଗର ନିଗମର ଡେପୁଟି ମେୟର ପଦବି ପାଇଁ ପରୋକ୍ଷ ନିର୍ବାଚନ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି।

ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୩୧ରେ ପୌର ପ୍ରଶାସନ ନିର୍ଦ୍ଦେଶକ ଡେପୁଟୁ ମେୟର ‌ନିର୍ବାଚନ ନେଇ ନବନିର୍ବାଚିତ କର୍ପୋରେଟରମାନଙ୍କ ବୈଠକ ଡାକିବେ। ଏପ୍ରିଲ ୮ରେ କଟକ ମହାନଗର ନିଗମର ଡେପୁଟି ମେୟର, ୯ରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଏବଂ ୧୦ରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ପଦବି ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର