ଆଜି ବିଶ୍ୱ ଏଡ୍‌ସ ଦିବସ : ରୋଗୀ ସଂଖ୍ୟା କମିଛି, ଚିନ୍ତା କମିନି

ଡିସେମ୍ବର ୧ ରେ ‘ବିଶ୍ୱ ଏଡ୍‌ସ’ ଦିବସ। ଏ ସଂକ୍ରାନ୍ତରେ କିଛି କିଛି ଖବର ହସ୍ତଗତ ହୋଇଛି। ସେଥିରୁ ଜଣାପଡ଼ିଛି ଯେ, ରୋଗୀଙ୍କ ସଂଖ୍ୟା କମୁଛି ଯାହାକି ଆଶ୍ବାସନାର ବିଷୟ। ତଥାପି, ଗଞ୍ଜାମ ଭଳି କେତେକ ସ୍ଥାନରେ ଏବେ ବି ଏଡ୍‌ସକୁ ନେଇ ଚିନ୍ତା ରହିଛି।

ଯାଜପୁରରେ ରୋଗୀ ସଂଖ୍ୟା ହ୍ରାସ
ଯାଜପୁରସଦର : ସ୍ବାସ୍ଥ୍ୟ ବିଭାଗ ଦ୍ବାରା ବ୍ୟାପକ ସଚେତନତା ଯୋଗୁଁ ଯାଜପୁର ଜିଲ୍ଲାରେ ଏଡସ ରୋଗ ଏବେ ନିୟନ୍ତ୍ରଣକୁ ଆସିଛି। ଗତବର୍ଷ ଅପେକ୍ଷା ଧୀରେଧୀରେ ଏହାର ହାର ସଂକୁଚିତ ହେଉଛି। ୨୦୧୭ ମସିହାରେ ଯାଜପୁର ଜିଲ୍ଲାରେ ୪୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ‌ବେଳେ ୨୦୧୮ରେ ଏହା କମି ୩୯ରେ ପହଞ୍ଚିଥିଲା। ସେହିପରି ୨୦୧୯ରେ ତାହା ହ୍ରାସ ପାଇ ୩୫ରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ମାତ୍ର ୧୬ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ, ୨୦୦୩ରୁ ଆଜି ପର୍ଯ୍ୟନ୍ତ ୧୭ ବର୍ଷ ମଧ୍ୟରେ ଜିଲ୍ଲାରେ ୨ଲକ୍ଷ ୮୦ ହଜାର ୨୧୭ ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୨ଲକ୍ଷ ୫୨ହଜାର ୮୦୨ ଜଣଙ୍କ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୭୩ ଜଣ ପୁରୁଷ ଓ ୨୬୦ ଜଣ ମହିଳାଙ୍କ ଶରୀରରେ ଏଡସ ଭୂତାଣୁ ଚିହ୍ନଟ କରାଯାଇଛି। ତେବେ ଏହି ୧୭ ବର୍ଷ ମଧ୍ୟରେ ଜିଲ୍ଲାରେ ୭୦ ପୁରୁଷ ଓ ୩୪ ଜଣ ମହିଳା ମୋଟ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟତଃ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ‌ ରୋଗୀ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୩୦୪୪୬ ଜଣଙ୍କୁ କାଉନସିଲିଂ କରାଯାଇ ସମସ୍ତଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାତ୍ର ୧୬ ଜଣଙ୍କ ଦେହରେ ରୋଗ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମରେ ୨୦ ବର୍ଷରେ ୧୬,୫୧୫ ରୋଗୀ ଚିହ୍ନଟ
୯୨୯ ଗର୍ଭବତୀ ପଜିଟିଭ୍‌ବ୍ରହ୍ମପୁର : ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍‌ଆଇଭି ଆକ୍ରାନ୍ତ ରୋଗୀ ରହିଛନ୍ତି। ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ନମ୍ବର ସ୍ଥାନରେ ରହିଛି। ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ହଜାର ୫୧୫ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ।

ଗତ ୨୦୦୦ରୁ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୧୩ଲକ୍ଷ ୯୬ହଜାର ୧୯୯ଜଣଙ୍କୁ କାଉନ୍‌ସେଲି˚ କରାଯାଇ ୧୨ଲକ୍ଷ ୩୭ହଜାର ୩୩୭ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ତନ୍ମଧୢରୁ ମୋଟ ୧୬ହଜାର ୫୧୫ଜଣଙ୍କ ରକ୍ତ ନମୁନା ଏଚ୍‌ଆଇଭି ପଜିଟିଭ୍‌ ଆସିଥିବା ଏଡ୍‌ସ ସେଲ୍‌ ତରଫରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ ଗର୍ଭବତୀ ଏଡ୍‌ସ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ୍‌ ସ˚ଖ୍ୟା ୯୨୯ ରହିଛି।

ଭଦ୍ରକ: ଚଳିତବର୍ଷ ୨୫ ପଜିଟିଭ୍‌
ଭଦ୍ରକ : ଭଦ୍ରକ ଜିଲ୍ଲାରେ ଚଳିତବର୍ଷ ୨୫ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହିବର୍ଷ ୪୬ ହଜାର ୮୪୦ ଜଣଙ୍କର କାଉନ୍‌ସେଲିଂ କରାଯାଇଥିବା ବେଳେ ୪୬୭୨୫ ଜଣଙ୍କ ଟେଷ୍ଟ ହୋଇଥିଲା। ଟେଷ୍ଟ ପରେ ୨୫ ଜଣଙ୍କ ଏଡ୍‌ସ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ୭ ଜଣଙ୍କ ମୃତ୍ୟୁ ଘଟିଛି।

୨୦୦୩ ମସିହାରୁ ୨୦୨୦ ମସିହା ମଧ୍ୟରେ ଜିଲ୍ଲାର ମୋଟ ୪ ଲକ୍ଷ ୫୪ ହଜାର ୨୬୯ ଜଣଙ୍କର କାଉନ୍‌ସେଲିଂ କରାଯାଇଥିବା ବେଳେ ୪ ଲକ୍ଷ ୩୨ ହଜାର ୨ ଜଣଙ୍କ ଟେଷ୍ଟ ହୋଇଛି। ଟେଷ୍ଟ ପରେ ୧୦୧୧ ଜଣଙ୍କ ଏଡ୍‌ସ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ୨୬୩ ଜଣଙ୍କ ମୃତ୍ୟୁ ଘଟିଛି। ପଜିଟିଭ୍‌ ରିପୋର୍ଟ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବା‌ସୁଦେବପୁର ବ୍ଲକ୍‌ର ୨୨୧ ଜଣ, ଧାମନଗର ବ୍ଲକ୍‌ର ୧୨୮ ଜଣ, ଭଦ୍ରକ ସଦର ବ୍ଲକ୍‌ ଓ ପୌରାଞ୍ଚଳର ୨୨୦ ଜଣ, ବନ୍ତ ବ୍ଲକ୍‌ର ୭୦ ଜଣ, ଭଣ୍ଡାରିପୋଖରୀ ବ୍ଲକ୍‌ର ୩୯ ଜଣ, ତିହିଡ଼ି ବ୍ଲକ୍‌ର ୧୧୩ ଜଣ, ଚାନ୍ଦବାଲି ବ୍ଲକ୍‌ର ୭୬ ଜଣ ଏବଂ ଅନ୍ୟ ଜିଲ୍ଲାର ୧୪୪ ଜଣ ରହିଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲାରେ ୨୦୦୩ ମସିହାରୁ ୨୦୨୦ ମସିହା ମଧ୍ୟରେ ଏଡ୍‌ସରେ ୨୬୩ ଜଣଙ୍କର ଜୀବନ ଯାଇଛି। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ଓ ଯୁବତୀ ରହିଛନ୍ତି। ୨୦୦୩ ମସିହାରେ ଜିଲ୍ଲା‌ ଏଡ୍‌ସ ସେଲ୍ ପକ୍ଷରୁ ପ୍ରଥମ କାଉନ୍‌ସେଲିଂରେ ୨୫୬ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ୧୨୫ ଜଣଙ୍କର ଟେଷ୍ଟିଂ ହୋଇଥିଲା। ଟେଷ୍ଟ ପରେ ୨୫ ଜଣଙ୍କ ଏଡ୍‌ସ ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର