ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଖାଲିଥିବା ପ୍ରାଥମିକ ଶିକ୍ଷକ ପଦବି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଙ୍ଗଳବାର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା। ଅନ୍ୟ ପକ୍ଷରେ କେବଳ ଜିଲ୍ଲାର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି କରି ଓ ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ବିରୋଧ କରି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରୋକ ଓ ପିକେଟିଂ କରାଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ନେଇ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରବଳ ବିରୋଧ ସତ୍ତ୍ୱେ ୧୦୨୧ ଜଣ ପ୍ରାର୍ଥିଙ୍କ ଆବେଦନ ପତ୍ର ଯାଞ୍ଚ ହୋଇଥିଲା। ଏହାକୁ ବିରୋଧ କରି ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ଏପରିସ୍ଥଳେ ଓପେପା ତାରିଖ ଘୁଞ୍ଚାଇବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିଭଳି ଆଜି ସକାଳ ୧୦ଟାରେ ଯାଞ୍ଚ ଥିବାବେଳେ ସକାଳ ୮ଟାରୁ ପୁଲିସ ପ୍ରାର୍ଥୀଙ୍କୁ ନେଇ ସାର୍ଟିଫିକେଟ ଯାଞ୍ଚ କରାଇବା ନେଇ କ୍ଷୋଭ ପ୍ରକାଶ ପାଇଛି। ରାଜ୍ୟ ଭିତ୍ତିକ ନିଯୁକ୍ତିକୁ ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ବୈଠକରେ ଦାବି ହୋଇଥିଲା। ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅବଗତ କରିଥିଲେ। ଜିଲ୍ଲାପାଳ ଏନେଇ ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କଳାହାଣ୍ଡି ଅଶାନ୍ତ, ଆଜି ବନ୍ଦ
ନିଯୁକ୍ତିରେ ବାହାର ପ୍ରାର୍ଥୀଙ୍କୁ ସୁଯୋଗକୁ ବିରୋଧ, ଉତ୍ତେଜନା
/sambad/media/post_attachments/wp-content/uploads/2018/01/Welcome_Gate_Bhawanipatna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)