ପୁରୀ: ଆସନ୍ତାକାଲି ସପ୍ତୋଦୟ ଆକାଶ ଗ୍ରାସ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସକାଳ ୬ଟା ୨୬ ମିନିଟ ୭ ସେକେଣ୍ଡ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ନୀତି ଶୃଙ୍ଖଳିତ କରିବା ପାଇଁ ରାତି ୧୨ଟା ୨୦ ମିନିଟରେ ଦ୍ଵାର ଫିଟାଇବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସାଢ଼େ ୯ଟାରେ ପହୁଡ଼ ହୋଇଛି। ଭିତରଶୋଧ ୧୨ଟା ୪୦ ମିନିଟରେ ହେବାକୁ ଥିବା ବେଳେ ୧୨ଟା ୫୦ରେ ମଙ୍ଗଳ ଆଳତି ଓ ମଇଲମ ପରେ ଅନ୍ୟାନ୍ୟ ନୀତି ପରେ ୬ଟା ୨୬ରେ ପାକତ୍ୟାଗ ସହ ନୀତି ଶେଷ ହେବ। ଗ୍ରହଣ ସର୍ବମୋକ୍ଷ ରାତି ୮ଟା ୪୦ମିନିଟ ୫୦ ସେକେଣ୍ଡ ରହିଛି। ଏହି ସମୟରେ ଦେବନୀତି ହେବ ନାହିଁ। କିନ୍ତୁ ଶ୍ରୀମନ୍ଦିରରେ ନିଆରା ପରମ୍ପରା ରହିଛି। ସନ୍ଧ୍ୟା ୫ଟା ୧୭ମିନିଟ ୧୯ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଏହି ସ୍ପର୍ଶ ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଗ୍ରହଣ ଭୋଗ ଲାଗି ହେବ। ଏହି ଦିନ ମହାପ୍ରଭୁଙ୍କର ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ।
ଆଜି ଚନ୍ଦ୍ରଗ୍ରହଣ: ରାତି ସାଢ଼େ ୯ରେ ପହୁଡ଼
/sambad/media/post_attachments/wp-content/uploads/2017/11/jagannath-temple-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)