ଆଜି ‘ସମ୍ବାଦ ମାଟ୍ରିକ ଚାମ୍ପ୍‌ସ’: ସମ୍ବର୍ଦ୍ଧିତ ହେବେ ଜିଲ୍ଲାର ୭୯ କୃତି ଛାତ୍ରଛାତ୍ରୀ

ରାଉରକେଲା: ପ୍ରତିବର୍ଷ ପରି ଆସନ୍ତାକାଲି (ରବିବାର) ‘ସମ୍ବାଦ’ ପକ୍ଷରୁ ମାଟ୍ରିକ୍‌ ଚାମ୍ପସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଥର ମାଟ୍ରିକ ପରୀକ୍ଷାରେ ୯୨%ରୁ ଅଧିକ ନମ୍ବର ରଖିଥିବା ସୁନ୍ଦରଗଡ ଜିଲ୍ଲାର ୭୯ ଜଣ ଛାତ୍ର ଛାତ୍ରୀ ଓ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ରାଉରକେଲା ଛେଣ୍ଡକଲୋନିସ୍ଥ ରିମ୍‌ସ କଲେଜ ଅଡିଟୋରିୟମ୍‌ ପରିସରରେ ଅପରାହ୍ନ ୩ଟାରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ।

‘ସମ୍ବାଦ’ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଓ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସଙ୍କ ଉପସ୍ଥିତିରେ ଏହି ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଅଭିରାମ ବିଶ୍ବାଳ ତଥା ଦୁଇ ସମ୍ମାନିତ ଅତିଥି ଭାବେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକନଲୋଜି, ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କରନମ ଉମାମହେଶ୍ବର ରାଓ ଓ ଜିଲ୍ଲା ପୁଲିସ ଅଧିକ୍ଷକ ମୁକେଶ କୁମାର ଭାମୁ (ଭାରତୀୟ ପୁଲିସ ସେବା) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର