ପୁରୀ: ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ୧୨ ଦିନର ଲୀଳାଖେଳା ପରେ ମଙ୍ଗଳବାର ହେବ ନୀଳାଦ୍ରି ବିଜେ। ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ସିଂହଦ୍ବାରରେ ଦେଖିବାକୁ ମିଳିବ ଏହି ମାନବୀୟ ଲୀଳା। ରଥରୁ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ। ଆଜି ଅଧରପଣା ପରେ ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ମଙ୍ଗଳବାର ତ୍ରୟୋଦଶୀରେ ପ୍ରାତଃ ୪ଟାରୁ ମଙ୍ଗଳ ଆଳତି କରାଯିବ।
ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ ହୋଇ ସକାଳ ୭ଟାରୁ ରାତି ୮ଟାରେ ସକାଳ ଧୂପ ଅନୁଷ୍ଠିତ ହେବ। ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନ ଧୂପ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ହେବା ପରେ ନୀଳାଦ୍ରି ବିଜେ ପ୍ରକ୍ରିୟା ଆରମ୍ଭ ହେବ। ଦିନ ସାଢ଼େ ଗୋଟେରୁ ସାଢ଼େ ୩ଟା ମଧ୍ୟରେ ଚାର ବନ୍ଧା ହେବ। ଚାର ବନ୍ଧା ପରେ ସିଂହାସନ ମାଜଣା ହେବ। ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।
ଗୋଟି ପହଣ୍ଡି, ମାନଭଞ୍ଜନ ନୀତିକାନ୍ତି ଯୋଗୁ ପହଣ୍ଡି ପ୍ରାୟ ୬ ଘଣ୍ଟା ସମୟ ଲାଗିବ। ରାତି ପ୍ରାୟ ୧୦ଟା ସୁଦ୍ଧା ନୀଳାଦ୍ରି ବିଜେ ପହଣ୍ଡି ଶେଷ ହେବ। ପହଣ୍ଡି ଶେଷ ପରେ ମହାପ୍ରଭୁଙ୍କୁ ରାତି ସାଢ଼େ ୧୨ଟାରେ ରୁନ୍ଧା ଶେଷ ହେବ। ରାତି ଗୋଟାଏ ୧୫ରୁ ୨ଟା ୧୫ ମଧ୍ୟରେ ଚାରମାଳ ଫିଟା ହେବ। ରାତି ସାଢ଼େ ୨ଟାରେ ଶ୍ରୀସୁଦର୍ଶନ ଦେବ ସିଂହାସନକୁ ବିଜେ କରିବେ। ସାଢ଼େ ୨ଟାରେ ଶ୍ରୀମୁଖ ଖଣ୍ଡୁଆ ମଇଲମ ହେବା ପରେ ୨ଟା ୪୫ ଚକା ପୋଛା ହୋଇ ସିଂହାସନ ଧୁଆ ଅନୁଷ୍ଠିତ ହେବ।
ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ କରିବେ। ମହାସ୍ନାନ ଶେଷ ପରେ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ହେବ। ଅପରାହ୍ଣ ୪ଟା ୧୫ରେ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ହେବା ପରେ ଭୋର ୫ଟା ବେଳକୁ ରାତ୍ର ପହୁଡ଼ ହେବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/08/fhfhfcbbbcb-2025-07-08-01-21-44.jpg)