ଆଜି ବସିବ ହାଇକୋର୍ଟର ଫୁଲ ବେଞ୍ଚ୍‌, ଅଦାଲତ ଅବମାନନା ମାମଲାର କରି‌ବେ ଶୁଣାଣି

କଟକ : ଅକ୍ଟୋବର ୧୫‌, ମଙ୍ଗଳବାର ଦିନ ସକାଳ ସାଢେ ଦଶଟାରେ ହାଇକୋର୍ଟର ଫୁଲ୍ ବେଞ୍ଚ୍‌ ବସିବାକୁ ଯାଉଛି। ଆଜି ପ୍ରକାଶିତ ସପ୍ଲିମେଣ୍ଟାରି ଲିଷ୍ଟ ଅନୁସାରେ ମୁଖ୍ୟ ବିଚାରପତିଙ୍କ ସହିତ ତେର ଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ୍ ବେଞ୍ଚ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି‌ବେ।

ଏହି ‌ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟର ସମସ୍ତ ବିଚାରପତି ରହିଥିବାବେଳେ ଏପରି ଘଟଣା ନିକଟ ଅତୀତରେ କେବେ ଘଟି ନଥିବା କୁହାଯାଉଛି। ଶୁଣାଣି କରାଯିବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବାବେଳେ ଏଥିରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର