ଆଜି ଓଜେଇଇ ଫଳ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇବ। ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍‌ ପରିଷଦ(ଏସ୍‌ସିଟିଇ ଆଣ୍ଡ୍‌ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ। ଏହାପରେ ପରୀକ୍ଷାର୍ଥୀ ଓଜେଇଇ ୱେବସାଇଟ୍‌ www.ojee.nic.in ରେ ସେମାନଙ୍କ ଆପ୍ଲିକେସନ୍‌ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ଫଳ ଜାଣିପାରିବେ। ଚଳିତବର୍ଷ ଏମ୍‌ସିଏ/ଏସ୍‌ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌, ଏମ୍‌.ପ୍ଲାନ, ଏମ୍‌.ଫାର୍ମା, ବି.କାଟ୍‌, ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି(ବିଏସ୍‌ସି), ବି. କାଟ୍‌(ଫିଲ୍ମ ଏଡିଟିଂ), ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଓ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ଓ ବି.ଫାର୍ମା ବିଷୟ ଲାଗି ୫୮ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୮୨.୫% ପିଲା ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର