ଆଜି କେବଳ ମହାତ୍ମା ଗାନ୍ଧୀ, ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ

ଆଜି ସ୍ବତନ୍ତ୍ର ଆଲୋଚନା, ମୁଖ୍ୟମନ୍ତ୍ରୀ ଆଣିବେ ସଂକଳ୍ପ
ସବୁ ବିଧାୟକ ଉପସ୍ଥିତ ରହିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ବିଧାନସଭାର ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଆଲୋଚନା କରାଯିବ। ଆଜି ଚାବସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ବାଚସ୍ପତି ଶ୍ରୀ ପାତ୍ର ଗୃହରେ ଘୋଷଣା କରିଛନ୍ତି। ପୂର୍ବାହ୍ନ ୧୦ଟାରେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଗୃହର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ସୁତ୍ର ମୁତାବକ, ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଙ୍କୁ ନେଇ ଏକ ସଂକଳ୍ପ ଆଗତ କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର