ରାହୁଲଙ୍କ ବାଲେଶ୍ବର ଗସ୍ତ ଆଜି

ଭୁବନେଶ୍ବର: ଆସନ୍ତାକାଲି ଅପରାହ୍‌ଣ ପ୍ରାୟ ୨ଟା ବେଳେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବାଲେଶ୍ବର ଗସ୍ତରେ ଆସୁଛନ୍ତି। ରେମୁଣାର ନରହରି ପଡ଼ିଆରେ ଆୟୋଜିତ ହେବାକୁ ଥିବା କ‌ଂଗ୍ରେସର ପରିବର୍ତନ ସଂକଳ୍ପ ସମାବେଶରେ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟି.ଏସ୍‌.ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ୍‌ଙ୍କ ସ‌ହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତା ଓ ଅନ୍ୟ ଆସନମାନଙ୍କରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀମାନେ ଯୋଗଦେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର