ସମ୍ବଲପୁର: ଆସନ୍ତକାଲି କୁମାର ପୂର୍ଣ୍ଣିମା ତିଥିରେ ମା ସମଲେଶ୍ବରୀ ଭକ୍ତମାନଙ୍କୁ ରାଜରାଜେଶ୍ବରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ତେବେ, ଅପରାହ୍ ସାଢ଼େ ୪ଟାରୁ ଭକ୍ତମାନେ ମା ସମଲେଶ୍ବରୀଙ୍କୁ ଏହି ବେଶରେ ଦର୍ଶନ କରିପାରିବେ।
କୁମାର ପୂର୍ଣ୍ଣିମା ତିଥି ପାଇଁ ମା ସମଲେଶ୍ବରୀଙ୍କ ପୀଠରେ ସ୍ବତନ୍ତ୍ର ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ଆସନ୍ତାକାଲି ପ୍ରାତଃ ୫ଟାରେ ମଂଗଳ ଆଳତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୫ଟାରେ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯିବ। ୧୧ଟା ୪୫ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅନ୍ନଭୋଗ ଲାଗି ହେବା ପାଇଁ ଦର୍ଶନ ବନ୍ଦ ରହିବ। ପୁଣି ଅପରାହ୍ଣ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ମା ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ ପ୍ରସ୍ତୁତି ନିମନ୍ତେ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଅପରାହ୍ଣ ସାଢ଼େ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ରାଜରାଜେଶ୍ବରୀ ବେଶରେ ମା ସମଲେଶ୍ବରୀଙ୍କୁ ଦର୍ଶନ କରିପାରିବେ। ତେବେ, ମଝିରେ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି, ଧ୍ବଜାରୋହଣ ଓ ଅନ୍ନଭୋଗ ଲାଗି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସମଲେଶ୍ବରୀ ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।