ପାଣିପାଗ: ୧୦ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୩.୮ ଡିଗ୍ରି ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୦ଟି ସହରରେ ରବିବାର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରଯାଇଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଟିଟିଲାଗଡ଼ରେ ଆଜି ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣା ଓ ବଲାଙ୍ଗୀରରେ ୪୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ପାରା ୪୨.୯ ଡିଗ୍ରି ଓ ତାଳଚେରରେ ୪୨.୪ ଡିଗ୍ରି ପହଂଚିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମାଲକାନଗିରିରେ ୪୨.୪, ହୀରାକୁଦରେ ୪୨.୧, ଅନୁଗୁଳରେ ୪୧.୧, ସୋନପୁରରେ ୪୧, ଝାରସୁଗୁଡ଼ାରେ ୪୦.୪ ଡିଗ୍ରି ପାରା ପହଂଚିଛି। ଭୁବନେଶ୍ୱରରେ ତାପମାତ୍ରା ଆଜି ୩୬ ଓ କଟକରେ ୩୫.୬ ଡିଗ୍ରି ରେକର୍ଡ କରାଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ପୂର୍ବାହ୍ଣ ଠାରୁ ଅପରାହ୍ଣ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ଅନୁଭୂତ ହୋଇଥିବା ବେଳେ ସନ୍ଧ୍ୟାରେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି। ଉତ୍ତର ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରକୋପ କମ୍‌ ଥିଲେ ମଧ୍ୟ ଗୁଳୁଗୁଳି ଅନୁଭବ ହୋଇଛି।

ସମ୍ବନ୍ଧିତ ଖବର