ଭୁବନେଶ୍ୱର: ତାପମାତ୍ରା ସମଗ୍ର ରାଜ୍ୟକୁ ବୁଧବାର କଲବଲ କରିଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର କିରଣରେ ଜନତା ଛଟପଟ ହୋଇଛନ୍ତି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ରାଜ୍ୟର ୬ଟି ସହରରେ ତାପମାତ୍ରା ୪୫ ଡିଗ୍ରି ଉପରେ ଥିବା ବେଳେ ୯ଟି ସହରରେ ପାରା ୪୦ ଡିଗ୍ରି ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ସହର ଗୁଡ଼ିକରେ ତାପମାତ୍ରାର ପ୍ରଭାବ ଅଧିକ ରହିଛି। ସମ୍ବଲପୁରରେ ତାପମାତ୍ରା ୪୫.୬ ଡିଗ୍ରି ରେକର୍ଡ କରାଯାଇଛି। ପ୍ରବଳ ଖରା ଯୋଗୁଁ ଆଜି ସକାଳ ୯ଟା ପର ଠାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ସହଜ ହୋଇ ନାହିଁ।

Advertisment

ଆଜିର ତାପମାତ୍ରା

ସମ୍ବଲପୁର: ୪୫.୬ ଡିଗ୍ରି
ତାଳଚେର: ୪୫.୩ ଡିଗ୍ରି
ହୀରାକୁଦ: ୪୫.୨ ଡିଗ୍ରି
ସୋନପୁର: ୪୫.୨ ଡିଗ୍ରି
ଝାରସୁଗୁଡ଼ା: ୪୫ ଡିଗ୍ରି
ଅନୁଗୁଳ: ୪୩.୯ ଡିଗ୍ରି
ମାଲକାନଗିରି: ୪୨.୬ ଡିଗ୍ରି
ବଲାଙ୍ଗୀର ୪୨.୫ ଡିଗ୍ରି
ଭୁବନେଶ୍ୱର: ୪୨.୪ ଡିଗ୍ରି
ଭବାନୀପାଟଣା: ୪୧.୮ ଡିଗ୍ରି
କେନ୍ଦୁଝର: ୪୦.୯ ଡିଗ୍ରି
ଚାନ୍ଦବାଲି: ୪୦.୮ ଡିଗ୍ରି
କଟକ: ୪୦.୫ ଡିଗ୍ରି