ତାପମାତ୍ରା: ସମ୍ବଲପୁର ୪୦.୬ ଡିଗ୍ରି ଓ ବାରିପଦାରେ ତାତି ୪୦.୫ ଡିଗ୍ରି

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ପାରା ୪୦ ଡିଗ୍ରିରୁ କମ୍‌ ଥିବା ବେଳେ ମଙ୍ଗଳବାର ସମ୍ବଲପୁର ଓ ବାରିପଦାରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ସମ୍ବଲପୁରରେ ପାର ୪୦.୬ ଓ ବାରିପଦାରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାକୁ ମୌସୁମୀ ବାୟୁ ପହଂଚି ନଥିଲେ ବି ଦୁଇ ଦିନ ପୂର୍ବରୁ କାଳବୈଶାଖୀ ପ୍ରଭାବରେ ଅଧିକ ସ୍ଥାନରେ ବର୍ଷା ହୋଇଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଫଳରେ ଲୋକେ ଭୀଷଣ ଖରା ଓ ଗରମରୁ ଆଶ୍ୱସ୍ତି ଅନୁଭବ କରୁଛନ୍ତି।

ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଝାରସୁଗୁଡ଼ା ଓ ହୀରାକୁଦରେ ୩୯.୬ ଡିଗ୍ରି, ଅନୁଗୁଳରେ ୩୯.୧ ଡିଗ୍ରି, ବାଲେଶ୍ୱର ଓ ଫୁଲବାଣୀରେ ୩୯ ଡିଗ୍ରି, ଟିଟିଲାଗଡ଼ ଓ ଚାନ୍ଦବାଲିରେ ୩୮.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୬.୮ ଡିଗ୍ରି ସେଲ୍‌ସିଅସ ରେକର୍ଡ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର