ତାପମାତ୍ରା: ୫ ସହରର ପାରା ୪୦ ଡିଗ୍ରି ଉପରେ, ୪୧.୪ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର
ଭୁବନେଶ୍ୱର: ଜୁନ ମାସର ତୃତୀୟ ସପ୍ତାହ ଶେଷ ହେବାକୁ ଯାଉଥିବା ବେଳେ ଓଡ଼ିଶାକୁ ମୌସୁମୀ ପହଂଚି ନଥିବାରୁ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଅନୁଭୂତ ହୋଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ାରେ ତାପମାତ୍ରା ଆଜି ୪୧.୪ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ସମ୍ବଲପୁରରେ ୪୦.୮, ମାଲକାନଗିରିରେ ୪୦.୫ ଡିଗ୍ରି, ହୀରାକୁଦରେ ୪୦.୨ ଡିଗ୍ରି ଓ ଅନୁଗୁଳରେ ୪୦.୧ ଡିଗ୍ରି ରେକର୍ଡ କରାଯାଇଛି।
ଅନ୍ୟ ପ୍ରମୁଖ ସହରର ତାପମାତ୍ରା
ବାରିପଦା: ୩୯.୬ ଡିଗ୍ରି
ତାଳଚେର: ୩୯.୨ ଡିଗ୍ରି
ଟିଟିଲାଗଡ଼: ୩୯.୦ ଡିଗ୍ରି
ସୋନପୁର: ୩୮.୪ ଡିଗ୍ରି
କଟକ: ୩୮.୦ ଡିଗ୍ରି