ତାପମାତ୍ରା: ୧୩ ସହରର ପାରା ୪୦ ଟପିଲା, ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୩ଟି ସହରର ତାପମାତ୍ରା ଶନିବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ ପରେ ବଲାଙ୍ଗୀରର ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବେଳେ ତାଳଚେରର ପାରା ୪୫.୭ ଡିଗ୍ରି ଛୁଇଁଛି। ସେହିପରି ଝାରସୁଗୁଡ଼ାରେ ୪୫.୨, ସମ୍ବଲପୁର ୪୫.୨, ସୋନପୁରରେ ୪୪.୮, ହୀରାକୁଦରେ ୪୪.୫, ଭବାନୀପାଟଣାରେ ୪୪.୩, ଅନୁଗୁଳରେ ୪୪.୧, ସୁନ୍ଦରଗଡ଼ରେ ଓ ମାଲକାନଗିରିରେ ୪୩.୦, କଟକରେ ୪୦.୫ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ କରାଯାଇଛି। ଆଜି ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ବାହାରିବା ଅସହ୍ୟ ହୋଇ ପଡ଼ିଥିଲା।

ପ୍ରମୁଖ ସହରର ତାପମାତ୍ରା

-ଟିଟିଲାଗଡ଼ ୪୬.୫ ଡିଗ୍ରି
-ବଲାଙ୍ଗୀର ୪୬.୩ ଡିଗ୍ରି
-ତାଳଚେର ୪୫.୭ ଡିଗ୍ରି
-ଝାରସୁଗୁଡ଼ା ୪୫.୨ ଡିଗ୍ରି
-ସମ୍ବଲପୁର ୪୫.୨ ଡିଗ୍ରି
-ସୋନପୁର ୪୪.୮ ଡିଗ୍ରି
-ହୀରାକୁଦ ୪୪.୫ ଡିଗ୍ରି
-ଭବାନୀପାଟଣା ୪୪.୩ ଡିଗ୍ରି
-ଅନୁଗୁଳ ୪୪.୧ ଡିଗ୍ରି
-ସୁନ୍ଦରଗଡ଼ ଓ ମାଲକାନଗିରି ୪୩.୦ ଡିଗ୍ରି
-କଟକ ୪୦.୫ ଡିଗ୍ରି
-ଚାନ୍ଦବାଲି ୪୦.୨ ଡିଗ୍ରି

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧିତ ଖବର