ତାପମାତ୍ରା: ୭ ସହରର ପାରା ୪୦ ଟପିଲା, ୪୨.୫ ଡିଗ୍ରି ସହ ଟିଟିଲାଗଡ଼-ମାଲକାନଗିରି ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରେ ବର୍ଷା ହେବାରୁ ବୁଧବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ୭ଟି ସହରର ତାପମାତ୍ରା ବୁଧବାର ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ ଓ ମାଲକାନଗିରିରେ ଆଜି ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ କରାଯାଇଛି। ବଲାଙ୍ଗୀରରେ ପାରା ୪୧.୫ ଡିଗ୍ରି ପହଂଚିଥିବା ବେଳେ ଝାରସୁଗୁଡା ଓ ଭବାନୀପାଟଣା ୪୧.୫ ଡିଗ୍ରିରେ ସିଝିଛି। ସେହିପରି ଅନୁଗୁଳ ଓ ତାଳଚେରର ତାପମାତ୍ରା ୪୦.୧ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକର ତାପମାତ୍ରା ଆଜି ଯଥାକ୍ରମେ ୩୯.୧ ଓ ୩୮.୫ ଡିଗ୍ରି ରେକର୍ଡ କରାଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ପୂର୍ବାହ୍ଣ ୧୦ଟା ବେଳେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଘରୁ ପଦାକୁ ବାହାରିବା ସହଜ ହେଉନାହିଁ। ଜରୁରୀ କାମ ନଥିଲେ ଲୋକେ ବାହାରକୁ ଯାଉ ନାହାନ୍ତି।

ସମ୍ବନ୍ଧିତ ଖବର