ପୁରୀ: ଗୋଟିଏ ଦିନ ପରେ ରଥଯାତ୍ରା। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ। ଗୁରୁବାର ବା ଆସନ୍ତାକାଲି ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେବ। ଆଜ୍ଞାମାଳ ବିଜେ ହେବା ପରେ ପୁଲିସ କର୍ଡନ କରି ରଥମାନଙ୍କୁ ସିଂହଦ୍ବାର ନିକଟକୁ ନିଆଯିବ। ପୂର୍ବାହ୍ନ ୧୧ଟାରୁ ୧୨ଟା ଭିତରେ ଏହି କାର୍ଯ୍ୟ କରାଯିବ। ଆଜି ୫୬ ତମ ଦିନରେ ୨୪୩ ଜଣ ସେବକ ରଥ ନିର୍ମାଣରେ ଲାଗି ପଡ଼ିଥିଲେ। ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ମହାରଣା ସେବକ ଓ ଭୋଇ ସେବକମାନେ ତିନି ରଥରେ ଠେକେରା ବାଡ଼ ବୁଲାଇଛନ୍ତି। ସେଥିରେ ସଖି ଖଞ୍ଜା ଯାଇଛି। ଶ୍ରୀବିଗ୍ରହମାନଙ୍କମାନଙ୍କ ବିଜେ ହୋଇଥିବା ଚକା ତ୍ରୟରେ ତିନିରଥ ମହାରଣା ସେବକମାନେ ବିନ୍ଧ ସହ ତିନିଟି ଲେଖାଏଁ କାଠ ଖିଲ ନିର୍ମାଣ କରିଛନ୍ତି। ତିନିରଥ ସିଂହଦ୍ୱାରକୁ ଯିବାପରେ ବେଦୀ ଚକା ସିଂହାସନରେ ସଂଯୁକ୍ତ ହେବ। ଆଜି ପିତଳ ସଜ କାରିଗରମାନେ ତିନି ରଥର ବେଦୀ ସିଂହାସନ ଉପର କନକ ମୁଣ୍ଡିରେ ପିତଳ ଚାଦର ଆବରଣ ଖଞ୍ଜିଛନ୍ତି। ଯାହା ଫଳରେ ମହାପ୍ରଭୁଙ୍କ ଉପରେ ବର୍ଷାପାଣି ପଡ଼ିବ ନାହିଁ। ଦରଜୀ ସେବକମାନେ ତିନି ରଥର ବତା କନା ଯୋଡ଼ଣୀ, ପୋଟଳ କନା କାର୍ଯ୍ୟ ସାରି କୋଠ ସୁଆଁସିଆ ସେବକମାନଙ୍କୁ ଯୋଗାଇଛନ୍ତି। ଶ୍ରୀବିଗ୍ରହମାନଙ୍କ ପହଣ୍ଡି ପାଇଁ ବ୍ୟବହାର ହେବାକୁ ଥିବା ଲାଗି ଲୁଗା ସିଲେଇ କାର୍ଯ୍ୟ ମଧ୍ୟ ସାରିଛନ୍ତି। କୋଠ ସୁଆଁଶିଆ ସେବକମାନେ ତିନି ରଥର ଦୁଆର ବେଢ଼ା ଓ ଚନ୍ଦ୍ରଶାଳୀରେ କନା ପକା କାର୍ଯ୍ୟ ଶେଷ କରିଛନ୍ତି। ପ୍ରଥମେ ତାଳଧ୍ୱଜ ରଥର ପୋଟଳ ଓ ବତା ଆବରଣ କନା ପକା କାର୍ଯ୍ୟ କରାଯାଇଥିଲା। ପରେ ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ପୋଟଳ ଏବଂ ବତା ଆବରଣରେ କନା ପକା କାର୍ଯ୍ୟ ଜାରି ରହିଛି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ପ୍ରଭା କଣ୍ଟା ନିର୍ମାଣ ଶେଷ କରିଛନ୍ତି। କୋଠ ସୁଆଁସିଆ ସେବକମାନଙ୍କ ପାଇଁ ରଥରେ କନା ପକା କାର୍ଯ୍ୟ ପାଇଁ ହାତୁଡ଼ି, ଛୁରି ନିର୍ମାଣ କରି ଯୋଗାଇଛନ୍ତି।
ଆଜି ରଥ ଯିବ ସଂହଦ୍ବାର, ବୁଲିଲା ଠେକେରା ବାଡ଼
ଗୋଟିଏ ଦିନ ପରେ ରଥଯାତ୍ରା। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ। ଗୁରୁବାର ବା ଆସନ୍ତାକାଲି ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେବ। ଆଜ୍ଞାମାଳ ବିଜେ ହେବା ପରେ ପୁଲିସ କର୍ଡନ କରି ରଥମାନଙ୍କୁ ସିଂହଦ୍ବାର ନିକଟକୁ ନିଆଯିବ।
/sambad/media/media_files/2025/06/26/uyalkgdfs-2025-06-26-02-08-35.jpg)