ଆଜି ରାଉରକେଲା-ପୁରୀ ଟ୍ରେନ ଆଂଶିକ ବାତିଲ

ଭୁବନେଶ୍ବର ବଦଳରେ ଟିଟିଲାଗଡ଼ ଦେଇ ଆସିବ ହୀରାକୁଦ ଏକ୍ସପ୍ରେସ୍

ସମ୍ବଲପୁର: ସମ୍ବଲପୁର-ଭୁବନେଶ୍ବର ରେଳ ମାର୍ଗରେ ବୁଢ଼ାପଙ୍କ-ଅନଗୁଳ ସେକ୍‌ସନ ଅନ୍ତର୍ଗତ ତାଳଚେର ଷ୍ଟେସନ୍‌ରେ ନିରାପତ୍ତାଜନିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୧୦ ତାରିଖ ମଙ୍ଗଳବାର ଦିନ ୧୮୧୨୫/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍ ସମ୍ବଲପୁରରୁ ପୁରୀ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ସେହିପରି ୨୦୮୦୭ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍‌ ବିଶାଖାପାଟଣାରୁ ବାହାରି ବିଜୟନଗରମ୍, ଟିଟିଲାଗଡ଼, ସମ୍ବଲପୁର ଦେଇ ନିଜ ନିର୍ଦ୍ଧାରିତ ମାର୍ଗରେ ଅମୃତସର ଅଭିମୁଖେ ଯାତ୍ରା କରିବ।

ଏହା ୧୦ ତାରିଖ ଦିନ ନିଜ ନିର୍ଦ୍ଧାରିତ ମାର୍ଗ ଖୋର୍ଧା ରୋଡ୍‌-ଭୁବନେଶ୍ବର-ତାଳଚେର-ଅନୁଗୁଳ ଦେଇ ଯିବ ନାହିଁ। ଏହାଛଡ଼ା ୦୮୪୨୭ ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଅନୁଗୁଳରୁ  ତାଳଚେର ରୋଡ୍, ବୁଢ଼ାପଙ୍କ ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ। ଏହା ତାଳଚେର ଷ୍ଟେସନ୍‌କୁ ଯିବ ନାହିଁ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର