ଭୁବନେଶ୍ବର: ଆଜି ରାଜ୍ୟରେ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଗଞ୍ଜାମ ଜିଲ୍ଳାରୁ ୪ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମସ୍ତ ୧୦ ଜଣ ପୁରୁଷ ଥିବା ଜଣାଯାଇଛି।
Regret to inform of the demise of ten Covid positive patients while under treatment in hospitals.
1. A 44 year old male of Cuttack who was also suffering from Hypertension.
2. A 60 year old male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 14, 2020
3. A 75 year old male of Ganjam district who was also suffering from Diabetes.
4. A 65 year old male of Ganjam district.
5. A 70 year old male of Ganjam district.
6. A 52 year old male of Sambalpur district.
7. A 32 year old male of Sundergarh district.
— H & FW Dept Odisha (@HFWOdisha) August 14, 2020
8. A 50 year old male of Puri district who was also suffering from Diabetes & Hypertension.
9. A 52 year old male of Puri district .
10. A 72 year old male of Puri district who was also suffering from Hypertension.
— H & FW Dept Odisha (@HFWOdisha) August 14, 2020
ଗଞ୍ଜାମର ୪ ଜଣ ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୬୦, ୬୫, ୭୦ ଓ ୭୫ ବର୍ଷ। ପୁରୀ ଜିଲ୍ଲାର ୩ ଜଣ ମୃତକଙ୍କ ବୟସ ୫୦,୫୨ ଓ ୭୨ ବର୍ଷ। କଟକରୁ ଯେଉଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ତାଙ୍କ ବୟସ ହେଉଛି ୪୪, ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରାଣହାନୀ ଘଟିଥିବା ବ୍ୟକ୍ତିଙ୍କ ବୟସ ୩୨ ଓ ସମ୍ବଲପୁର ଜିଲ୍ଲାର ମୃତକଙ୍କ ବୟସ ୫୨ ବର୍ଷ।
ଉଲ୍ଲେଖଯାଗ୍ୟ, ଏବେ ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୪,୬୩୦କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୪୧ ଓ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।