ଭୁବନେଶ୍ବର: ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଏହି ଦିବସ ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ।
ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେ ପକାଇବାର ଅବସର। ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ।
୧୯୪୭ର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା। ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା । ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି। ଆଜି ବିଭାଜନ ବିଭୀଷିକାର ସ୍ମୃତି ଦିବସ ଅବସରରେ ସେମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ବିଭାଜନ ବିଭୀଷିକା ସ୍ମୃତି ଦିବସ ବା #PartitionHorrorsRemembranceDay ଆମକୁ ଶିଖାଏ କି ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ… pic.twitter.com/XNoZEVpiYW
— Mohan Charan Majhi (@MohanMOdisha) August 14, 2025
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ,ବିଜେପି ସରକାର କେବଳ ସ୍ମୃତିଚାରଣରେ ସୀମିତ ନୁହେଁ, କାର୍ଯ୍ୟରେ ମଧ୍ୟ ଇତିହାସର ଅନ୍ୟାୟକୁ ସୁଧାରୁଛି। କଶ୍ମୀରରୁ ଧାରା ୩୭୦ ହଟାଇ, "ଏକ ଦେଶ - ଏକ ବିଧାନ - ଏକ ନିଶାନ"ର ସ୍ୱପ୍ନକୁ ସାର୍ଥକ କରାଯାଇଛି । ସୀମା ହେଉ କି ବିଶ୍ଵପଟଳ ହେଉ ଆଜି ଭାରତ ନିଜର ଅଖଣ୍ଡତା ଓ ସାର୍ବଭୌମତା ସହ ସାଲିସ କରୁନାହିଁ। ଆକ୍ରମଣକାରୀଙ୍କୁ ଦୃଢ଼ ଜବାବ ଦେଉଛି । ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଆମେ ଯେତେବେଳେ ପୂର୍ବଜମାନଙ୍କ ତ୍ୟାଗକୁ ସ୍ମରଣ କରୁଛୁ, ସେତେବେଳେ ଆଜିର ନୂଆ ଭାରତ ସେମାନଙ୍କ ସାହସ ଓ ସଂକଳ୍ପକୁ ପ୍ରଣାମ ଜଣାଉଛି ବୋଊି ମୁଖ୍ୟମନ୍ତ୍ରୀ କହିଛନ୍ତି।
CM Mohan Charan Majhi