ପୁରୀ: ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ୧୫ ଦିନର ଅଣସର ଶେଷ କରି ଗୁରୁବାର ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢ଼େ ୧୦ଟା ଯାଏଁ ସର୍ବସାଧାରଣ (ଭିତରକାଠ) ଦର୍ଶନ ଚାଲିବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ଦର୍ଶନ ବନ୍ଦ ହୋଇ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେବ। ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ। ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ। ଏଥିପାଇଁ ପ୍ରଶାସନିକ
ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପ୍ରତିବର୍ଷ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଚକା ବିଜେ କରିଥିବା ଶ୍ରୀବିଗ୍ରହଙ୍କ ଚକା ଅପସର ନୀତି ଗୁରୁବାର ସକାଳ ୬ଟାରେ ଅନୁଷ୍ଠିତ ହେବ। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରେ ପଟିଦିଅଁ (ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରିମାଣିକ ଟିକେଟ୍ କରିଥିବା ଭକ୍ତମାନେ ସକାଳ ୮ଟାରୁ ପ୍ରଥମେ ଦର୍ଶନ ପାଇଁ ଯିବେ। ପରେ ସାହାଣମେଲା ଦର୍ଶନ ପାଇଁ ସକାଳ ୯ଟାରୁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ଉଭୟ ପରିମାଣିକ ଓ ସାହାଣମେଲା ଦର୍ଶନ ବେଳେ ଭକ୍ତମାନେ ଭିତରକାଠରୁ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ।
ପୂର୍ବାହ୍ଣ ସାଢ଼େ ୧୦ଟାରୁ ଦର୍ଶନ ବନ୍ଦ ରହିବା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ଚାଲିବ। ପୂର୍ବାହ୍ଣ ସାଢ଼େ ୧୧ଟାରେ ଧୁଆଧୋଇ ହୋଇ ଚୁନ ପଡ଼ିବା ପରେ ମଧ୍ୟାହ୍ନ ୧୨ଟାରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ସାଢ଼େ ୧୨ଟାରେ ନେତ୍ରୋତ୍ସବ ବନ୍ଦାପନା, ୧୨ଟା ୪୫ରେ ରୋଷହୋମ, ଅପରାହ୍ଣ ୧ଟାରେ ରାଜନୀତି, ସାଢ଼େ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧ଟା ୪୫ରେ ମଇଲମ, ୨ଟାରେ ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ୨ଟା ୪୫ରେ ବେଶ ଶେଷ ହେବ। ଅପରାହ୍ଣ ୩ଟାରୁ ସାଢ଼େ ୪ଟା ଭିତରେ ଗୋପାଳବଲ୍ଲଭ ଓ ସକାଳ ଧୂପ (କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ। ୪ଟା ୨୦ରେ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବ।
ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟାହ୍ନ ଧୂପ, ୫ଟା୧୫ରୁ ୬ଟା୪୫ ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ହେବ। ରାତି ୧୦ଟାରେ ଚନ୍ଦନଲାଗି, ସାଢ଼େ ୧୦ଟାରେ ବଡ଼ସିଂହାର ବେଶ, ୧୧ଟାରେ ବଡ଼ସିଂହାର ଭୋଗ, ସାଢ଼େ ୧୧ଟାରେ ପହୁଡ଼ ଆଳତି ହେବ। ପରେ ରାତି ୧୧ଟା ୪୫ରୁ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୨ଟାରେ ବାହୁଟକଣ୍ଟ ଓ ରାତି ସାଢ଼େ ୧୨ରୁ ଭୋର ସାଢ଼େ ୫ଟା ଭିତରେ ସେନାପଟା ଲାଗି ନୀତି ସଂପନ୍ନ ହେବ।
ଆଜି ନବଯୌବନ ଦର୍ଶନ, ସକାଳ ୮ରୁ ଦର୍ଶନ ଆରମ୍ଭ
ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି।
/sambad/media/media_files/2025/06/26/puri-2025-06-26-09-15-01.jpg)