ଭୁବନେଶ୍ବର: ଆଜି ରାଜ୍ୟରେ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ଚିହ୍ନଟ ହୋଇଥିବା ୭୧୮ ଜଣଙ୍କ ମଧ୍ୟରୁ ୪୭୯ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 16th July
New Positive Cases: 718
In Quarantine: 479
Local Contacts: 239(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 9
3. Bargarh: 4
4. Bhadrak: 10
5. Cuttack: 32— I & PR Department, Odisha (@IPR_Odisha) July 17, 2020
ଆଜି ୨୪ଟି ଜିଲ୍ଲାରୁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ହୋଇଥିବା ୭୧୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୯ ଜଣ, ବାଲେଶ୍ବରରୁ ୯ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ୨୧ ଜଣ, ଗଞ୍ଜାମରୁ ୨୩୧ ଜଣ, ଜଗତ୍ସିଂହପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୨୮ ଜଣ, ଖୋର୍ଦ୍ଧାରୁ ୧୫୦ ଜଣ, କୋରାପୁଟରୁ ୨୭ ଜଣ, ମାଲକାନଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରରୁ ଜଣେ, ନୟାଗଡ଼ରୁ ୧୩ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୭ ଜଣ, ସୋନପୁରରୁ ୫ ଜଣ ଓ ସୁନ୍ଦରଗଡ଼ରୁ ୧୦ ଜଣ ଥିବା ଜଣାପଡ଼ିଛି।
ନୂଆ ୭୧୮ ଜଣଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ଥିବାବେଳେ ମୃତକଙ୍କ ସଂଖ୍ୟ ୮୩ରେ ପହଞ୍ଚିଛି।