ଭୁବନେଶ୍ବର: କରୋନାକୁ ନେଇ ବିଧାନସଭାରେ ମୁଲତବି ପ୍ରସ୍ତାବ ଦିଆଯାଇଛି । ବିରୋଧୀ ଦଳ ପକ୍ଷରୁ କରୋନା ମହାମାରୀ ପରିଚାଳନାରେ ରାଜ୍ୟ ସରକାରଙ୍କ ସଂପୂର୍ଣ୍ଣ ବିଫଳତା ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାଦୀନତା ନେଇ ମୁଲତବି ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି। ଏହି ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି ଓ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଏହାର ଉତ୍ତର ରଖିବେ ବୋଲି ଜାଣିବାକୁ ମିଳିଛି।
ଆଜି ବିଧାନସଭାର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ନିର୍ଦ୍ଧାରିତ ସମୟରେ ବିଧାନସଭା ଆରମ୍ଭ ହୋଇଛି। ପ୍ରାରମ୍ଭରେ କଂଗ୍ରେସ ବିଧାୟକ ଦଳର ନେତା ପ୍ରଶ୍ନକାଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ବିଧାନସଭାର କାର୍ଯ୍ୟଧାରା ସ୍ବାଭାବିକ ରହିଥିବା ସୂଚନା ମିଳିଛି।
ଗତକାଲି କରୋନା ମୁକାବିଲା ନେଇ ବିରୋଧୀ ଦଳ ପକ୍ଷରୁ ବହୁ ପ୍ରଶ୍ନ ପଚରା ଯାଇଥିଲା। କିନ୍ତୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖରେ ଏହାର ସିଧାସଳଖ ଉତ୍ତର ନ ଥିଲା। ଅଧିକାଂଶ ପ୍ରଶ୍ନର ଧାଡ଼ିକିଆ ଉତ୍ତର ଥିଲା, ‘ତଥ୍ୟ ସଂଗ୍ରହ କରାଯାଉଛି’। ଏଥିସହ ବିରୋଧୀ ଦଳ ନେତା ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/odisha-assembly-odishaassembly.nic_.in_-1.jpg)