ଶସ୍ତା ହେବ କାଳିଆ ଦର୍ଶନ, ଆପଣ ଦେବେ କମ ଯାତ୍ରା ଖର୍ଚ୍ଚ

ପୁରୀ: ଆସନ୍ତା ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା | ବିଶ୍ଵନିୟନ୍ତାଙ୍କ ଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରକୁ ଆସିବେ ଲକ୍ଷ ଲକ୍ଷ ଭକ୍ତ | ଏହାରି ପୂର୍ବରୁ ଆଜି ପୁରୀରେ ବସିଥିବା ରଥଯାତ୍ରା ପ୍ରସ୍ତୁତିର ଶେଷ ସମନ୍ୱୟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଶ୍ରୀ ଗୁଣ୍ଡିଚା, ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ଆପଣ ପୁରୀକୁ ଆସିଲେ ଟୋଲ ଶୁଳ୍କ ଦେବାକୁ ପଡିବ ନାହିଁ | ଏହି ତିନିଦିନ ପାଇଁ ଟୋଲ ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି | ଭୁବନେଶ୍ୱରରୁ ପୁରୀ ଆସିବାକୁ ହେଲେ ଆପଣଙ୍କୁ ପାଟସାହାଣୀପୁରରେ ଟୋଲ ଗେଟ ଦେଇ ଯିବାକୁ ହୋଇଥାଏ |
ଏବେ ନଜର ପକାନ୍ତୁ ବର୍ତ୍ତମାନ କେତେ ଟଙ୍କା ଦେବାକୁ ପଡିଥାନ୍ତା |

ଗାଡିର ପ୍ରକାର           କେବଳ ଯିବା ଦେୟ  ଉଭୟ ଯିବା ଆସିବା ଦେୟ
କାର ବା ଜିପ                 ୮୦ ଟଙ୍କା              ୧୨୦ ଟଙ୍କା
ହାଲୁକା ବାଣିଜ୍ୟିକ ଯାନ   ୧୨୫ ଟଙ୍କା           ୧୯୦ଟଙ୍କା
ବସ                            ୨୬୦ ଟଙ୍କା            ୩୮୫ ଟଙ୍କା

ଏହି ତିନିଦିନ ପାଇଁ ଆପଣ ପୁରୀ ଗଲେ ଏହି ଅର୍ଥ ଦେବାକୁ ପଡିବ ନାହିଁ | ଏହାସହ ପୁରୀ-ଭୁବନେଶ୍ୱର ରାଜପଥ ମଧ୍ୟରେ ୫ଟି ଆମ୍ବୁଲାନ୍ସ ସଜାଗ ହୋଇ ରହିବେ | ଜୁଲାଇ ୩ରୁ ଜୁଲାଇ ୧୫ ତାରିଖ ଯାଏଁ ଆମ୍ବୁଲାନ୍ସଗୁଡିକ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର