ବିଲାତି ଚାଷ ନଷ୍ଟ କଲେ ହାତୀପଲ

ଚମକପୁର : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମିରିଗିସିଙ୍ଗା ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ବିଲାତି ଚାଷ ନଷ୍ଟ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀ ସୂଚନା ମୁତାବକ, ଗତକାଲି ରାତିରେ ଝାଡ଼ଖଣ୍ତରୁ ଫେରିଥିବା ହାତୀପଲ ମୁକୁନ୍ଦପୁର ଗ୍ରାମ ଜଙ୍ଗଲରେ ଦିନରେ ରହିବା ପରେ ମଧ୍ୟ ରାତ୍ରିରେ ହାତୀପଲ ଜଙ୍ଗଲରୁ ବାହାରି ଗ୍ରାମର ଗୋଲା ମୁଣ୍ତାଙ୍କ ବିଲାତି ବିଲରେ ପଶି ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ହାତୀପଲ ସାଢେ ୫ଟାରେ ବାସୁଦେବପୁର ଠାରେ ୫୨୦ନଂ ଜାତୀୟ ରାଜପଥ ଅତିକ୍ରମ କରି ଆଜି ବାଲିବନ୍ଧ ସେକ୍ସନ ଗୁଗୁଦରୀ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର