ବରଗଡ଼: ଚଳିତ ଋତୁରେ ବରଗଡ଼ ଜିଲ୍ଲାରେ ଟମାଟୋ ବମ୍ପର ଉତ୍ପାଦନ ହୋଇଛି। କିନ୍ତୁ ଶୀତଳ ଭଣ୍ତାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଗାଁ ଗହଳିରେ ଚାଷୀଙ୍କ ଠାରୁ ବେପାରୀମାନେ ଟମାଟୋ କ୍ୟାରେଟ୍ ପିଛା (୨୦ରୁ ୨୫ କିଲୋ)କୁ ୬୦ରୁ ୭୦ଟଙ୍କା ଯାଏଁ କିଣୁଛନ୍ତି। ଯାହା ଖୁଚୁରା ବଜାରକୁ ଆସିବା ପରେ କିଲୋ ପିଛା ୫ରୁ ୬ ଟଙ୍କାରେ ବିକ୍ରି ହେଉଛି। ଗାଁ ଗହଳି ହାଟରେ ଟମାଟୋ କିଲୋ ୪ ଟଙ୍କା ତଳକୁ ରହିଛି। ଆଗାମୀ ଦିନରେ ଟମାଟୋ ଦର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି। ଜିଲ୍ଲାର ସୋହେଲା, ବିଜେପୁର, ଭଟଲି, ଅମ୍ବାଭୋନା ବ୍ଲକରେ ପ୍ରଚୁର ଟମାଟୋ ଉତ୍ପାଦନ ହୋଇଥିଲେ ହେଁ ବିକ୍ରି ହେଉନାହିଁ। ଏପରିକି ଚାଷୀ ବିଲରୁ ଟମାଟୋ ତୋଳୁ ନାହାନ୍ତି। ବିଲରେ ଗାଈଗୋରୁ ଟମାଟୋ ଖାଉଛନ୍ତି। ନଚେତ୍ ତାହା ସେଭଳି ପଚି ନଷ୍ଟ ହୋଇଯାଉଛି।
ଏଭଳି ଅଭାବୀ ବିକ୍ରିର ସୁଯୋଗ ନେଇ ରାୟପୁର, ଭୁବନେଶ୍ବର ଏବ˚ ବ୍ରହ୍ମପୁରର ଦଲାଲମାନେ ଅତି କମ୍ ଦରରେ ଟମାଟୋ ନେଇ ଯାଉଛନ୍ତି। ବିକ୍ରି ନଥିବାରୁ ଚାଷୀମାନେ ବାଧୢ ହୋଇ ସ୍ବଳ୍ପ ଦରରେ ଟମାଟୋ ବିକ୍ରି କରୁଛନ୍ତି। ଜିଲ୍ଲାରେ ବର୍ଷକୁ ୫୦/୬୦ ହେକ୍ଟରରେ ଟମାଟୋ ଚାଷ ହେଉଥିବା ସରକାରୀ ଭାବେ କୁହାଯାଉଛି। କିନ୍ତୁ ବେସରକାରୀ ତଥ୍ୟ ଅନୁସାରେ ପଦ୍ମପୁରରର କିଛି ଅ˚ଚଳ, ଗାଇସିଲାଟ୍, ଭଟଲି, ଝାରବନ୍ଧ, ଅମ୍ବାଭୋନା ଓ ବିଜେପୁର ବ୍ଲକରେ ୧୫୦ ହେକ୍ଟରରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଛି। ବରଗଡ଼ ଜିଲ୍ଲାର ପନିପରିବା କାରବାର ସବୁବେଳେ ବାହାର ଜିଲ୍ଲାର ବେପାରୀଙ୍କ ନିୟନ୍ତ୍ରଣରେ ରହି ଆସୁଛି। ଜିଲ୍ଲାରେ ପାଖାପାଖି ୧୨ ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହେଉଥିବା ଜଣାପଡ଼ିଛି। କିନ୍ତୁ ଶୀତଳ ଭଣ୍ତାର ନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବ୍ୟବସ୍ଥାରେ କିଛି ସୁଧାର ନଆସିବାରୁ ୨୦୧୬ ମସିହା ଭଳି ଜିଲ୍ଲାର ଚାଷୀ ପୁଣି ଟମାଟୋ ରାସ୍ତାରେ ଅଜାଡ଼ିବା ଭଳି ସ୍ଥିତି ଉପୁଜିବା ଆଶ˚କା ରହିଛି। ପ୍ରସ୍ତାବିତ ଶୀତଳ ଭଣ୍ଡାର ଫାଇଲ୍ ଚାଷ ମଧ୍ୟରେ ସୀମିତ ରହିଛି। ବରଗଡ଼ ଆର୍ଏମ୍ସି ନିଜସ୍ବ ସମ୍ବଳରେ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦେଇଛି। କିନ୍ତୁ ଏହା ଉପରେ ମୋହାର୍ ବାଜୁ ନଥିବାରୁ ଯୋଜନା ଫାଇଲ୍ ଭିତରେ ହିଁ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/10.jpg)