ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ | ଏହା ପୂର୍ବରୁ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁରୋଧ କରିଛନ୍ତି  | ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେ ନେଇ ସର୍ବଦଳୀୟ ବୈଠକ ଆଲୋଚନା ହେବ। ୧୩ ତାରିଖ ଦିନ ବିଜେଡି, କଂଗ୍ରେସ ଓ ବିଜେପି ବିଧାୟକ ଦଳ ବସି ରଣନୀତି ନିର୍ଧାରଣ କରିବେ। ଯଦିଓ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ ଓ ଅନୁମୋଦନ ହେବାକୁ ଅଧିବେଶନର ପ୍ରମୁଖ କାର୍ଯ୍ୟ ବୋଲି କୁହାଯାଉଛି, କିନ୍ତୁ ବିରୋଧୀ ଦଳ ସାମ୍ନାରେ ମାଳ ମାଳ ପ୍ରସଙ୍ଗ ରହିଛି। ଯାହା ଏହି ଅଧିବେଶନକୁ ସରଗରମ କରିପାରେ।

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବ୍ରୁଆରି ୧୪ତାରିଖରୁ ଆରମ୍ଭ ହେବ ଓ ଏହା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୧ ଦିନ ଧରି ଏହି ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି ।

ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶୀ ଲାଲ ନିଜର ଅଭିଭାଷଣ ରଖିବେ । ଫେବ୍ରୁଆରି ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର