କଟକ: ସୋମବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ନାହିଁ। କେବେ ଫଳ ବାହାରିବ ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇ ନଥିବା ବୋର୍ଡ ସଭାପତି ରବିବାର କହିଛନ୍ତି । ଏହି ପ୍ରସଙ୍ଗରେ ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି ଯେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ ନେଇ କିଛି ବୋର୍ଡ ଅଧିକାରୀ ଗୁଜବ ସୃଷ୍ଟି କରିଛନ୍ତି । ଯେଉଁମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ଆସନ୍ତାକାଲି ପରୀକ୍ଷାଫଳ ପ୍ରକାଶ ନହେବା ନେଇ ସେ ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚନା ଥାଉ କି ଚଳିତ ବର୍ଷ ୫.୨୩ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସାଧାରଣ ନିର୍ବାଚନ ଫଳାଫଳ ପରେ ହିଁ ମାଟ୍ରିକ ଫଳ ବାହାରିବ ବୋଲି ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Bihar-Board-Matric-results-2018-released.jpg)