୧୫ ଲକ୍ଷ ଟଙ୍କାର ସୁନାଗହଣା ନେଇଗଲେ

ସିମୁଳିଆ: ସିମୁଳିଆ ଥାନା ଅଞ୍ଚଳରେ ଗତକାଲି ରାତିରେ ପୃଥକ୍‌ ଘରୁ ଚୋରି ହୋଇଛି। ଶ୍ୟାମସୁନ୍ଦରପୁର ଗ୍ରାମର ମନୋରଞ୍ଜନ ବଳଙ୍କ ଘରେ ଚୋରମାନେ ପଶିଥିଲେ। ସେମାନେ ମନୋରଞ୍ଜନ ଝିଅ ବାହାଘର ପାଇଁ ଘରେ ରଖିଥିବା ଲକ୍ଷାଧିକ ଟଙ୍କାର ୬ ହଳ ସୁନା କାନଫୁଲ, ୧୨ଟି ସୁନା ମୁଦି, ୩ଟି ସୁନା ଚେନ୍‌, ସୁନା ମଙ୍ଗଳସୂତ୍ର ଏବଂ ନଗଦ ୫୦ ହଜାର ଟଙ୍କା ନେଇ ଯାଇଥିଲେ। ଏ ସମ୍ପର୍କରେ ମନୋରଂଜନଙ୍କ ପତ୍ନୀ ମିନତୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି।

ଫଳରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ବିଭୁତି ଭୂଷଣ ଚାଟାର୍ଜୀଙ୍କ ଘରୁ ଚୋରି ହୋଇଛି। ଘରର ସମସ୍ତେ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଘରକୁ ଫେରିବା ପରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରମାନେ ଗ୍ୟାସ୍‌ କଟରରେ ତାଲା କାଟି ଘରେ ପଶିଥିଲେ ଏବଂ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୭୫ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ସିମୁଳିଆ ଥାନାରେ ଅଭିଯୋଗ ହୋଇଥିଲା। ଫଳରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସିମୁଳିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୁଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର