କରମ ପରବ ପାଇଁ ବାଲି ଉଠିଲା

କେନ୍ଦୁଝର଼: ‌କୁଡ଼ୁମି ସଂପ୍ରଦାୟର ପ୍ରସିଦ୍ଧ ଦେଶକରମ ପର୍ବ ପାଇଁ ଆଜି ତୁରମୁଙ୍ଗା ନିକଟ ବୈତରଣୀର କରମ ଘାଟରୁ ବାଲି ଉଠା (ଜାୱା ଉଠା) କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଶେ‌ଷ ହୋଇଛି। ଏଠାରୁ ବାହାରିଥିବା ଜାୱାରଥକୁ ଚେମେଣା, ଚିଲିଦା, ରେଙ୍ଗାଳବେଡ଼ା, ବାଉଁଶୁଳି, ପୁରୁଣିଆ, ଡୁମୁରିଆ, ପୋଇପାଣି ଗାଁରେ ପୂଜା କରାଯିବା ପରେ ପିପିଳିଆସ୍ଥିତ ଆଖଳା ବା ପୂଜାସ୍ଥଳରେ ପହଞ୍ଚିଛି।

ଏହି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ମୁଖ୍ୟ ତଥା ସମ୍ପାଦକ ହୃଷୀକେଶ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ମିଡିଆ ସେଲ୍‌ର ଜଗବନ୍ଧୁ ମହାନ୍ତ, ଓଡ଼ିଶା କୁଡ଼ୁମିସେନା ସଭାପତି ଦିବ୍ୟସିଂହ ମହାନ୍ତ, କୁଡ଼ୁମାଲି ସଂସ୍କୃତି ଗବେଷକ ଶଶୋଧର ମହାନ୍ତ, ଧନେଶ୍ୱର ମହାନ୍ତ, ନିଶାମଣି ମହାନ୍ତ, କୁଡ଼ୁମାଲି କଣ୍ଠଶିଳ୍ପୀ ତଥା ଲେଖିକା ଦେବକୀ ମହାନ୍ତ, ସୁକେଶ ମହାନ୍ତ, ଶୁଭକାନ୍ତ ମହାନ୍ତ, କଳାକର ମହାନ୍ତ, କସ୍ତୁରୀ ମହାନ୍ତ, ପ୍ରମିଳା ମହାନ୍ତ, ଭବାନୀ ମହାନ୍ତ, ତେଜସ୍ୱିନୀ ମହାନ୍ତ, ସୁଦାମ ମହାନ୍ତ, ମନୋଜ ମହାନ୍ତ, ଋଷିବର ମହାନ୍ତ, ମୁକୁନ୍ଦ ମହାନ୍ତ, କ୍ଷୀରୋଦ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର