ଟପ୍‌ ମାଓନେତା ଗଣପତି ଶଯ୍ୟାଶାୟୀ

ସଚିବ ନାଂବାଲା ନେବ ସଂଗଠନ ଦାୟିତ୍ୱ!

ମାଲକାନଗିରି : ମାଓବାଦୀଙ୍କ ସଂଗଠନରେ ହେବାକୁ ଯାଉଛି ବଡ ପରିବର୍ତନ। ଯାହାକୁ ନେଇ ସଂଗଠନ ଏବଂ ସାଧାରଣରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ମାଓବାଦୀ ସଂଗଠନର ସୁପ୍ରିମୋ କୁହାଯାଉଥିବା କମାଣ୍ଡର ଗଣପତି ଗୁରୁତର ଅବସ୍ଥାରେ ଶଯ୍ୟାଶାୟୀ ଅଛନ୍ତି। ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତିର ଦୁଇଟି ଗୋଡ ଅକାମୀ ହୋଇଯାଇଥିବା ଯୋଗୁଁ ସେ ପୂର୍ବ ପରି ଆଉ ଚାଲି ପାରୁନାହାନ୍ତି। ତେଣୁ ଏହି ପଦବି ପାଇଁ ପ୍ରଥମ ଦାବିଦାର ହେଉଛନ୍ତି ସେଣ୍ଟ୍ରାଲ ମିଲିଟ୍ରି କମିଶନ ସଚିବ ନାଂବାଲା କେଶବ ରାଓ ଓରଫ ପଙ୍କଜ ଓରଫ ଗଂଗନ୍ନା ଓରଫ ଗଗନ। ଏନେଇ ଆନୁଷ୍ଠାନିକ ଭାବେ ସଂଗଠନ ପକ୍ଷରୁ କୌଣସି ପ୍ରକାର ଘୋଷଣା ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ।

ସମ୍ବନ୍ଧିତ ଖବର