ପୁଲିସ୍ ନିକଟରେ ଟପ୍ କ୍ୟାଡର୍ ମାଓବାଦୀର ଆତ୍ମସମର୍ପଣ

ବଲାଙ୍ଗୀର: ପୁଲିସ୍ ନିକଟରେ ଜଣେ ଟପ୍ କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଥିବାର ଖବର ମିଳିଛି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ।

ମିଳିଥିବା ସୂଚନା ଅନୁଯାୟୀ, ଆଇତୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ମନକେଲି ଗାଁରେ। ସେ ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା। ୨୦୧୩ରେ ତାକୁ ସୁନାବେଡ଼ା ଡିଭିଜନକୁ ପଠା ଯାଇଥିଲା। ଆଇତୁ ଓଡ଼ିଶା ଓ ଛତିଶଗଡ଼ରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ୨୦୧୭ ମସିହା ଡିସେମ୍ବର ମାସରେ ଗୋଛାପଡ଼ା ଥାନା ଅଞ୍ଚଳରେ ସଂଗଠିତ ଆଇଇଡି ବିସ୍ଫୋରଣ, ୨୦୧୯ରେ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ଗୁଳିବିନିମୟ, ୨୦୧୯ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ହୋଇଥିବା କୈଳାସ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣା ଏବଂ ୨୦୨୦ରେ ଖମନଖୋଲ ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ ସହିତ ୨୦୨୧ରେ ଏପ୍ରିଲ୍‌ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ସହିତ ହୋଇଥିବା ଗୁଳିବିନିମୟ ଘଟଣାରେ ତାର ସଂପୃକ୍ତି ଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର