ଚିକିଟି : କେ.ନୂଆଗାଁ ଥାନା ଅଧୀନ ଚୌଧୁରୀଟିକରପଡ଼ା ଗ୍ରାମରେ ଗତ ମାର୍ଚ୍ଚମାସ ୨୪ ତାରିଖରେ ତୋଫାନ ଗୌଡ଼ଙ୍କୁ ହତ୍ୟା କରାଯାଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତକୁ ଏଯାବତ୍ ଗିରଫ କରାଯାଇନି। ଏମର୍ମରେ ବିଜେପି ପକ୍ଷରୁ ଆଜି ଚିକିଟି ଏସ୍‌ଡିପିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଏହି ଘଟଣାରେ ୧୨ ଜଣ ଅଭିଯୁକ୍ତଙ୍କ ନାମ ଏତଲାରେ ରହିଥିବା ବେଳେ ପୁଲିସ ଆଜି ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। କିନ୍ତୁ ଘଟଣାର ୩୫ ଦିନ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ପୁଲିସ କାବୁ କରିପାରୁନି। ଏନେଇ ପଦକ୍ଷେପ ନେବାକୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ତବତିଆ ଗୌଡ଼, କୃଷ୍ଣ ଗୌଡ଼, ଭୀମ ଗୌଡ଼, ଉଆଳି ଗୌଡ଼ ପ୍ରମୁଖ ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କୁ ଭେଟି ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Advertisment

କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି, ଘଟଣାର ତଦନ୍ତ ଚାଲିଥିବା ସହ ବର୍ତ୍ତମାନସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି l ତଦନ୍ତ ବେଳେ ଯଦି ଅନ୍ୟମାନଙ୍କ ସଂପୃକ୍ତି ଜଣାପଡ଼ିବ, ତା’ହେଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ।