ଭୁବନେଶ୍ବର : ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦେଇ ଗତି କରୁଛି। ତେଣୁ ଲୋକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଅବଗତ କରାଯିବାର ଆବଶ୍ୟକତା ରହିଛି। ସେଥିପାଇଁ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପାଠ୍ୟକ୍ରମରେ ଶିକ୍ଷା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ଟାସ୍କଫୋର୍ସ ଗଠନ ହୋଇଛି। ପାଠ୍ୟକ୍ରମରେ କ’ଣ ସବୁ ବିଷୟ ରହିବ, କେଉଁ ଶ୍ରେଣୀରୁ ପିଲାଙ୍କୁ ଶିକ୍ଷା ଦିଆଯିବ ଆଦି ବିଷୟରେ ଟାସ୍କଫୋର୍ସ ରିପୋର୍ଟ ଦେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟି ସମ୍ପନ୍ନତା। ଏଥିଯୋଗୁଁ କରୋନାକୁ ମାତ୍ ଦେବାରେ ରାଜ୍ୟ ସକ୍ଷମ ହୋଇଛି। ଓଡ଼ିଶା ବାତ୍ୟା, ବନ୍ୟା ପ୍ରପୀଡ଼ିତ ରାଜ୍ୟ ହୋଇଥିବାରୁ ପ୍ରତି ପରିବାର କିଭଳି ଏବାବଦରେ ଜାଣି ନିଜ ପରିବାରକୁ ରକ୍ଷା କରିପାରିବେ ଏହା ହିଁ ଆମର ଲକ୍ଷ୍ୟ। ଗଠନ ହେବାକୁ ଥିବା ଟାସ୍କଫୋର୍ସରେ କିଏ ରହିବେ, କେଉଁ ବିଷୟରେ ଶିକ୍ଷା ଦିଆଯିବ ସେନେଇ ସ୍ଥିର ହେବ। ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/samir-ranjan-dash.jpg)