ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳ ସେବା ପ୍ରଭାବିତ

ଭୁବନେଶ୍ୱର: ଅତି ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ସେବା ଖୁବ୍‌ ପ୍ରଭାବିତ ହୋଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବା କାରଣରୁ ପଲାସା ଏବଂ ବିଜିଆନଗରମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରୁଛି।

ବିଜିୟନଗରମ୍‌ ଠାରେ ସହର ମଧ୍ୟରେ ଥିବା ପୌରପାଳିକା ନାଳ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଷ୍ଟେସନ୍‌ ପରିଧି ମଧ୍ୟକୁ ପାଣି ପଶିଯିବାରୁ କିଛି ସମୟ ପାଇଁ ଧାରଣା ବୁଡ଼ି ଯାଇଥିଲା।

ରାତି ସାରା ବହୁ ପରିମାଣର ଜଳ ପ୍ରବାହ କାରଣରୁ ଅନେକ ଷ୍ଟେସନ୍‌ର ସିଗ୍‌ନାଲ୍‌ ଖୁଣ୍ଟିଗୁଡ଼ିକ ମଧ୍ୟ ଅକାମି ହୋଇଯାଇଛି। କ୍ରମେ ପରିସ୍ଥିତି ସୁଧୁରୁ ଥିବାରୁ ରେଳ ସେବା ସ୍ୱାଭାବି ହେବାକୁ ଯାଉଛି। କେତେକ ଟ୍ରେନ୍‌ର ସମୟ ନିର୍ଘଣ୍ଟ ପୁଣି ଥରେ ଧାର୍ଯ୍ୟ କରାଯାଉଥିବା ବେଳେ ସ୍ୱଳ୍ପ ଦୂରକୁ ଯାତ୍ରା କରିବାକୁ ଥିବା ଟ୍ରେନ୍‌ଗୁଡ଼ିକର ଯାତ୍ରା ବାତିଲ କରାଯିବ।

ଭୁବନେଶ୍ୱର-ବିଶାଖାପଟନମ୍‌ ଇଣ୍ଟର୍‌ସିଟି ଏକସ୍‌ପ୍ରେସ୍‌ ଶ୍ରୀକାକୁଲମ୍‌ ଠାରେ ବାତିଲ୍‌ ହେବ। ସେଠାରୁ ତାହା ଖାଲି ହୋଇ ସୁବିଧା ଅନୁସାରେ ବିଶାଖାପଟନମ୍‌ ଯାଏଁ ଚାଲିବ। ବିଶାଖାପଟନମ୍‌ରୁ ଭୁବନେଶ୍ୱର ଫେରନ୍ତା ଇଣ୍ଟର ସିଟି ଏକ୍ସ୍‍୍େରପସ୍‌ ଆଜି ପାଇଁ ବାତିଲ କରାଯାଇଛି।

ବିଶାଖାପଟନମ୍‌-ବ୍ରହ୍ମପୁର ଏବଂ ବ୍ରହ୍ମପୁର-ବିଶାଖାପଟନମ୍‌ ପାସେଞ୍ଜର୍‌ ଟ୍ରେନ୍‌ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର