ମୟୂରଭଞ୍ଜ ଜିଲ୍ଲାର ଦେଉଳିରେ ମିଳିଲା ବିରଳ କଇଁଚ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ଥିବା ଜମ୍ଭୀରା ଡ୍ୟାମରୁ ଆଜି ଏକ ବିରଳ କଇଁଚ ଦେଖିବାକୁ ମିଳିଥିଲା।  କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ସକାଳେ ଜମ୍ଭୀରା ଡ୍ୟାମକୁ ଯାଇଥିଲେ। ସମାନେ ମାଛ ଧରିବାକୁ ଜାଲ ପକାଇଥିବା ବେଳେ  ଏକ ବିରଳ କଇଁଚ ଉଦ୍ଧାର ହୋଇଥିଲା। ଏହାର ଓଜନ ୩୦ କିଲୋଗ୍ରାମରୁ ଅଧିକ ଏବଂ ତାହା ୫୦ ବର୍ଷରୁ ଅଧିକ ବୟସ୍କ କଇଁଚ ବୋଲି କୁହାଯାଉଛି।

ମତ୍ସ୍ୟଜୀବୀମାନେ ଏନେଇ ଦେଉଳିର ସମ୍ବାଦ ପ୍ରତିନିଧିଙ୍କୁ ପ୍ରଥମେ ଜଣାଇଥିଲେ। ଏହାପରେ ସେ ଏହି ଘଟଣା ବିଷୟରେ ଦେଉଳି ବନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତା’ପରେ କଇଁଚକୁ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ଲୋକଙ୍କ ଦାବିକୁ ସମ୍ମାନ ଦେବାକୁ ଯାଇ ବନ ବିଭାଗ ଦେଉଳି ଡ୍ୟାମ୍ ରେ କଇଁଚକୁ ଛାଡି ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର