ଭୁବନେଶ୍ବର: ବଡ଼ମ୍ବା ବନ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିଶନ। କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବିକ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।। ଏନେଇ ମାନବାଧିକାର କର୍ମୀ ଅଖଣ୍ଡ ମାମଲା ଦାୟର କରିଥିଲେ।
ସୂଚନାଯୋଗ୍ୟ, କଟକ ଜିଲ୍ଲାର ବଡ଼ମ୍ବା ଥାନା ଅଧୀନରେ ଥିବା ସାତଗୋଛିଆ ଗାଁର ଧନେଶ୍ୱର ବେହେରା (୫୯)ଙ୍କୁ ଜଘନ୍ୟ ନିର୍ଯାତନା ଦିଆଯାଇଥିଲା। ଏହାଫଳରେ ଜଙ୍ଗଲ ଅଧିକାରୀଙ୍କ ହାଜତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ଧନେଶ୍ୱରଙ୍କୁ ଆଠଗଡ଼ରୁ ଗତ ଫେବ୍ରୁଆରି ୫ ତାରିଖରେ ବନ ବିଭାଗର ଅଧିକାରୀମାନେ ଉଠାଇ ନେଇଥିଲେ ଏବଂ ତାଙ୍କୁ ହେପାଜତରେ ହତ୍ୟା କରାଯାଇଥିଲା। ବନ ବିଭାଗର ଅଧିକାରୀମାନେ ଧନେଶ୍ୱରଙ୍କ ସମେତ ତିନି ଜଣଙ୍କୁ ମଧ୍ୟ ଧରିଥିଲେ। ସେମାନଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାଡ଼ ଦିଆଯାଇଥିଲା ଯେ ଧନେଶ୍ୱର ବେହେରା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। କାହା ଆଗରେ କ’ଣ ଘଟିଛି ତାହା ନ କହିବା ପାଇଁ ସେମାନେ ଅନ୍ୟ ଦୁଇଜଣଙ୍କୁ ଧମକ ଦିଆଯାଇଥିଲା।
ମାନବ ଅଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ୨୦୨୩ ଫେବ୍ରୁଆରି ୭ରେ ଦୋଷୀ ଅଧିକାରୀଙ୍କ ପାଇଁ ଆଦର୍ଶ ଦଣ୍ଡବିଧାନ ପାଇଁ ଏକ ନିରପେକ୍ଷ ତଦନ୍ତ କରିବା ଲାଗି ମାନବିକ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଅଖଣ୍ଡ କହିଛନ୍ତି, ଏକ ସଭ୍ୟ ତଥା ଗଣତାନ୍ତ୍ରିକ ସମାଜରେ ପୁଲିସ୍ ହେପାଜତରେ ଶାରୀରିକ ନିର୍ଯାତନା ଆଦୌ ଗ୍ରହଣୀୟ ନୁହେଁ। ଏହା ନିୟମିତ ଭାବେ ଚାଲିଛି ଏବଂ ସେଥି ମଧ୍ୟରୁ ଅଧିକାଂଶ ଓଡ଼ିଶାରେ ରିପୋର୍ଟ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/dd87a65e-97e0-4144-88bb-059f20402236.jpg)