ଧର୍ମଶାଳା: ଧର୍ମଶାଳା ଥାନା ଏସ୍‌ଆଇ ରାଧାନାଥ ଦାସଙ୍କୁ ଆଇଆଇସି ରାକେଶ କୁମାର ତ୍ରିପାଠୀ ନିର୍ଯାତନା ଦେବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଯାଜପୁର ଏସ୍‌ପି ବିନିତ୍ ଅଗ୍ରୱାଲଙ୍କ ନିର୍ଦେଶକ୍ରମେ ଯାଜପୁର ରୋଡ୍ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଆଜି ଧର୍ମଶାଳା ଥାନାରେ ପହଞ୍ଚି ଉଭୟ ପୁଲିସ୍‌ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି।

Advertisment

ଆଇଆଇସିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏସ୍‌ଆଇ ଶ୍ରୀ ଦାସ ଚାକିରିରୁ ଇସ୍ତଫା ଦେବାପାଇଁ ଏସ୍‌ପିଙ୍କ ନିକଟକୁ ଚିଠି ଲେଖିବା ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
ଏପରିକି ତାଙ୍କ ଇଏଲ୍ ଦରଖାସ୍ତ ହଜିଗଲା ବୋଲି ମଧ୍ୟ ତାଙ୍କୁ ଜଣାଗଲାନାହିଁ। ଛୁଟି ଦେବା ବଦଳରେ ତାଙ୍କ ଛୁଟି ଦରଖାସ୍ତକୁ ହଜାଇଦେବା, ଉଦ୍ଦେଶ୍ୟମୂଳକ ଭାବେ ଅଧିକ ମାମଲାର ଦାୟିତ୍ବ ଦେବା ଏବଂ ଏଥିପାଇଁ ଅନିଚ୍ଛା ପ୍ରକାଶ କଲେ ହାତରେ ହ୍ୟାଣ୍ତକପ୍ ପକାଇ ଦେବେ ବୋଲି ଆଇଆଇସି ଧମକ ଦେଇଥିବା ଶ୍ରୀ ଦାସ ଗୁରୁତର ଅଭିଯୋଗ ଉଠାଇଛନ୍ତି। ଏସବୁ ଅଭିଯୋଗକୁ ଆଇଆଇସି ଖଣ୍ତନ କରୁଥିଲେ ମଧ୍ୟ ଘଟଣାକୁ ବିଭାଗ ଗୁରତ୍ବର ସହ ନେଇଛି। ତଦନ୍ତ ରିପୋର୍ଟ ଏସ୍‌ପିଙ୍କୁ ପ୍ରଦାନ କରିବେ ବୋଲି ଏସଡିପିଓ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।