ରାଉରକେଲା: ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି।

Advertisment

publive-image

ଏଣେ ଆରଜିଏଚରେ ଡାଇରିଆରେ ଭର୍ତ୍ତି ହେଲେଣି ୩୯୭ ରୋଗୀ। ଆଜି ୨୩ ଶିଶୁଙ୍କ ସମେତ ୧୪୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତିl ଆରଜିଏଚରୁ ବୁର୍ଲା ଭିମସାରକୁ ୫, ଜେପି ହସ୍ପିଟାଲକୁ ୪, ହାଇଟେକ ହସ୍ପିଟାଲକୁ ୨ ଓ ଆଇ ଜିଏଚ କୁ ଜଣେ ଡାଇରିଆ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ରଘୁନାଥ ପାଲି ବିଧାୟକ ସୁବ୍ରତ ତରାଇ ଆରଜିଏଚ ନିର୍ଦେଶକ ଡାକ୍ତର ଡି ବି ଦାସଙ୍କ ସହ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଆରଜିଏଚ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ଓ ଅନ୍ୟ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେl ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।